କଂଗ୍ରେସରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତାରିକ ଅନଓ୍ଵାରା

ନୂଆଦିଲ୍ଲୀ: ଗତମାସରେ ଦଳ ଛାଡ଼ିଥିବା ଏନସିପିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସାଂସଦ ତାରିକ ଅନଓ୍ଵାର ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଆଜି ସକାଳେ ଅନଓ୍ଵାର କଂଗ୍ରେସ ଅକ୍ଷ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ତାରିକ ଅନଓ୍ଵାର କଂଗ୍ରେସ ଦଳରେ ମିଶିଥିବା ନେଇ ଶ୍ରୀ ଗାନ୍ଧୀ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ ତାରିଖ ଅନଓ୍ଵାର ଗତମାସରେ ଏନସିପିରୁ ଇସ୍ଥଫା ଦେବା ସହିତ ଲୋକସଭାର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେବା ପରେ ସେ ଦଳରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ।ତେବେ ଅନଓ୍ଵାର କଂଗ୍ରେସ ଦଳର ଜଣେ ପୂର୍ବତନ କର୍ମକର୍ତ୍ତା ଭାବେ ଦଳ ତାଙ୍କୁ ପୁଣି ଥରେ ସ୍ୱାଗତ କରିବ ବୋଲି ଅନଓ୍ଵାରଙ୍କ ଏନସିପିରୁ ଇସ୍ତଫା ପରେ କଂଗ୍ରେସ ପକ୍ଷରୁ କୁହାଯାଇଥିିଲା। ଅନଓ୍ଵାରା ୧୯୮୦ ରେ ବିହାର ପିସିସି ସଭାପତି ଥିଲେ।ତେବେ ୧୯୯୯ ମସିହାରେ ଅନଓ୍ଵାରା ମହାରାଷ୍ଟ୍ରର ଶରଦ ପାଓ୍ଵାର, ମେଘାଳୟର ପିଏ ସାଙ୍ଗମାଙ୍କ ସହିତ ମିଶି ଏନସିପି ଗଠନ କରିଥଲେ। ପରେ ଏନସିପି କଂଗ୍ରେସ ସହିତ ମେଣ୍ଟ କରିଥିଲା ଓ ଅନଓ୍ଵାର ୟୁପିଏ-୧୨ ସରକାରରେ ଜଣେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର