ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ୍(ଇସି)ଙ୍କୁ ‘ସେଣ୍ଟର୍ ଫର୍ ଆକାଉଣ୍ଟେବିଲିଟି ଆଣ୍ଡ୍ ସିଷ୍ଟମ୍ ଚେଞ୍ଜ(ସିଏଏସ୍ସି)’ ପକ୍ଷରୁ ଏକ ଆଇନ୍ଗତ ନୋଟିସ୍ ଜାରି କରାଯାଇଛି। ଫେସ୍ବୁକ୍, ହ୍ଵାଟ୍ସଆପ୍ ଆଦି ସୋସିଆଲ୍ ମିଡିଆ ପ୍ଲାଟଫର୍ମମାନଙ୍କରେ ନିର୍ବାଚନ ପ୍ରଚାର ଲାଗି ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିବା ପାଇଁ ଏକ ନୋଟିସ୍ରେ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୋଟିସ୍ରେ ‘ସେଣ୍ଟର୍ ଫର୍ ଆକାଉଣ୍ଟେବିଲିଟି ଆଣ୍ଡ୍ ସିଷ୍ଟମ୍ ଚେଞ୍ଜ’ ପକ୍ଷରୁ ପ୍ରଶ୍ନ ହୋଇଛି ଯେ ସୋସିଆଲ୍ ମିଡିଆରେ ହେଉଥିବା ନିର୍ବାଚନ ପ୍ରଚାରକୁ କାହିଁକି କମିସନଙ୍କ ଦ୍ୱାରା ଯାଞ୍ଚ୍ କରାଯାଉ ନାହିଁ? ନୋଟିସ୍ରେ ଆହୁରି ବି ଉଲ୍ଲେଖ କରାଯାଇଛି ଯେ ଯଦି ଏ ନେଇ ଇସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଏହି ମାମଲା କୋର୍ଟକୁ ଯିବ। ଏତ୍ଦବ୍ୟତୀତ ଫେସ୍ବୁକ୍ ଓ ହ୍ଵାଟ୍ସଆପ୍ ପରି ସୋସିଆଲ୍ ମିଡିଆରେ ନିର୍ବାଚନ ନିୟମ ଲାଗୁ କରିବା ପାଇଁ ଏହି ନୋଟିସ୍ରେ ଦାବି ହୋଇଛି।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଅଭିଯୋଗ ହୋଇଥିଲା ଯେ କେତେକ ରାଜନୈତିକ ଦଳ ସୋସିଆଲ୍ ମିଡିଆର ଦୁରୁପଯୋଗ କରୁଛନ୍ତି। ଯଦି ଏପରି ଚାଲେ ତେବେ ସେମାନଙ୍କ ଆକାଉଣ୍ଟ୍କୁ ବନ୍ଦ କରି ଦିଆଯିବ ବୋଲି ଲୋକପ୍ରିୟ ମସେଜିଂ ଆପ୍ ହ୍ଵାଟ୍ସଆପ୍ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଥିଲା। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ହେତୁ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ପରି କିଛି କାମ ନ କରିବାକୁ କେନ୍ଦ୍ର ସରକାର ଚେତାବନୀ ଦେଇଥିଲେ ମଧ୍ୟ।