ଭୁବନେଶ୍ବର: ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ମୁହଁକୁ ସୁଯୋଗ ଦେଇଛି କଂଗ୍ରେସ । ଚଳିତ ଥର ରାଉରକେଲା ମୈଦାନକୁ ଓଲ୍ହାଇବେ ବ୍ରାହ୍ମଣୀ ନଦୀ ପୋଲ ଓ ଆଇଜିଏଚ୍ ହସ୍ପିଟାଲ ପାଇଁ ପ୍ରାୟ ୧୬ଶହ କିଲୋମିଟର ପାଦରେ ଚାଲିଚାଲି ଦିଲ୍ଲୀରେ ପହଞ୍ଚିଥିବା ରାଉକେଲାର ମୁକ୍ତିକାନ୍ତ ବିଶ୍ୱାଳ।
Sambad is now on WhatsApp
Join and get latest news updates delivered to you via WhatsApp
ହାତରେ ତ୍ରିରଙ୍ଗା ଧରି ଓଡିଶାରୁ ଝାଡଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିଆଣା ଦେଇ ଦିଲ୍ଲୀରେ ପହଞ୍ଚି ମୁକ୍ତିକାନ୍ତ ବିଶ୍ୱାଳ ସମଗ୍ର ଦେଶର ନଜରକୁ ଆସିଥିଲେ । ସେତେବେଳେ କଂଗ୍ରେସ ଏହାକୁ ଏକ ବଡ଼ କ୍ୟାମ୍ପେନ ଭାବେ ଠିଆ କରିଥିଲେ । ସୂଚନାଯୋଗ୍ୟ ସେତେବେଳେ ମୁକ୍ତିକାନ୍ତଙ୍କ ସେହି କ୍ୟାମ୍ପେନଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମର୍ଥନ କରିଥିଲେ । ଉକ୍ତ ପ୍ରସଙ୍ଗରେ ମୁକ୍ତିକାନ୍ତଙ୍କୁ ସମର୍ଥନ କରି ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ ।
ରାଜନୀତିରେ ବିଲକୁଲ ଅଭିଜ୍ଞତା ନ ଥିଲେ ମଧ୍ୟ ମୁକ୍ତିକାନ୍ତ ରାଉରକେଲା ତଥା ରାଜ୍ୟ ପାଇଁ ଏବେ ବେଶ୍ ଜଣାଶୁଣା । ତେଣୁ କଂଗ୍ରେସ ମୁକ୍ତିକାନ୍ତଙ୍କ ଲୋକପ୍ରିୟତାର ଫାଇଦା ହାସଲ କରିବା ପାଇଁ ଚାହୁଁଛି । ସେପଟେ ରାଉରକେଲାରୁ ଚଳିତ ଥର ସାରଦା ପ୍ରସନ୍ନ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି ଏବଂ ନିହାର ରାୟଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ୨୦୧୪ରେ ରାଉରକେଲା ଗଡ଼ ଅକ୍ତିଆର କରିଥିଲେ ଦିଲ୍ଲୀପ ରୟ । ହେଲେ ୨୦୧୮ ନଭେମ୍ବର ମାସରେ ସେ ଦଳରୁ ଦଳରୁ ଇସ୍ତଫା ଦେଇଥିଲେ ।
ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀରେ ଦ୍ଵିତୀୟ ପୋଲ ଓ ଆଇଜିଏଚକୁ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବାକୁ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହେବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା ଆଉ ସେଥିପାଇଁ ଦଳ ଛାଡ଼ିଥିଲେ ଦିଲ୍ଲୀପ।