ଅମିତ ଶାହଙ୍କ ରୋଡ ଶୋ’ ଉପରେ ଆକ୍ରମଣ ପ୍ରତିବାଦରେ ରାଜ୍ୟ ବିଜେପିରେ କଳା କପଡା ବାନ୍ଧି ଧାରଣା

ଭୁବନେଶ୍ୱର: ସୁସ୍ଥ ଗଣତନ୍ତ୍ରରେ ପ୍ରଚାର କରିବାର ଅଧିକାର ସମସ୍ତ ରାଜନୈତିକ ଦଳ ଓ ନେତାମାନଙ୍କର ଅଛି ମଙ୍ଗଳବାର ପଶ୍ଚିମବଙ୍ଗର କଲିକତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରୋଡ୍‌ ଶୋ କରୁଥିବା ସମୟରେ ତାଙ୍କ ଉପରକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଆକ୍ରମଣ କରିଥିଲେ। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓ ବିଜେପିର ବଢୁଥିବା ଜନପ୍ରିୟତାକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଗଣତନ୍ତ୍ରର କଣ୍ଠରୋଧ କରିବାର ଅପଚେଷ୍ଟା କରିବା ପାଇଁ ଚେଷ୍ଟା କରୁଛନ୍ତି । ଟିଏମସିର ଗୁଣ୍ଡାମାନେ ରୋଡ ଶୋ’ରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଉପରକୁ ଟେକାପଥର ମାଡ କରିବା ସହ ପଶ୍ଚିମବଙ୍ଗର ପରିଚୟ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୃତି ଭାଙ୍ଗିବା, ଗାଡିମୋଟରରେ ନିଆଁ ଲଗାଇବା ଭଳି କାମ କରିଛନ୍ତି ।

ଦେଶରେ ସବୁଆଡେ ଶାନ୍ତିପୁର୍ଣ୍ଣ ଭାବେ ର୍ନିବାଚନ ଚାଲିଥିବାବେଳେ ପଶ୍ଚିମବଙ୍ଗର ଏହି ଘଟଣା ଦେଶର ଗଣତନ୍ତ୍ରରେ ଏକ କଳାଦାଗ ଲଗାଇଛି। ପଶ୍ଚିମବଙ୍ଗରେ ମମତାଙ୍କ କର୍ମୀମାନଙ୍କର ଗୁଣ୍ଡାରାଜର ମାତ୍ରା ଏତେ ଅଧିକ ଥିଲା ଯେ ଶାହା ଯେଉଁ ଗାଡିରେ ବସିଥିଲେ ତା’ ଉପରକୁ ଟିଏମ୍‌ସି ଦଳର କର୍ମୀମାନେ ଠେଙ୍ଗାମାଡ କରିବା ସହ ଶାହା ଫେରିଯାଅ ବୋଲି ନାରା ଦେଇଥିଲେ। ଏହି ସମୟରେ ପଶ୍ଚିମବଙ୍ଗ ପୁଲିସ ସେଠାରେ ଉପସ୍ଥିତ ଥାଇ ବି ଚୁପ ଚାପ ବସି ତାମସା ଦେଖୁଥିଲେ । ପଶ୍ଚିମବଙ୍ଗରେ ଖୋଲା ଖୋଲି ଭାବେ ଗଣତନ୍ତ୍ରର ହତ୍ୟା ଚାଲିଛି । ତୁରନ୍ତ ତୃଣମୂଳ
କଂଗ୍ରେସର ଗୁଣ୍ଡାମାନଙ୍କୁ ଗିରଫ କରିବା ସହ ପଶ୍ଚିମବଙ୍ଗରେ ଶାନ୍ତିପୁର୍ଣ୍ଣ ଭାବେ ର୍ନିବାଚନ କରାଇ ଗଣତନ୍ତ୍ର ବଂଚାଇବା ଦାବିରେ ବୁଧବାର ବିଜେପି ରାଜ୍ୟ କାର୍ଯ୍ୟାଳୟ ପାଖ ଦିନଦୟାଲ ପାର୍କରେ ମହଁରେ କଳା କପଡା ବାନ୍ଧି ଶାନ୍ତିପୁର୍ଣ୍ଣ ଧାରଣା ଦିଆଯାଇଛି ।

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ରାଜନୈତିକ ଅସହିଷ୍ଣୁତା ବର୍ବରତାର ସୀମା ଟପିଲାଣି । ପୁରା ରାଜ୍ୟରେ ଏବେ ରାଜନୈତିକ ହିଂସା ବଢିବାରେ ଲାଗିଛି । ସ୍ଥାନିୟ ପୁଲିସର ସହାୟତାରେ ଶାସକ ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ବିଜେପି କର୍ମୀମାନଙ୍କୁ ହତ୍ୟା କରିବାରେ ଲାଗିଛନ୍ତି । ଷଷ୍ଠ ପର୍ଯାୟ ନିର୍ବାଚନରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଗୁଣ୍ଡାମାନଙ୍କ ଦ୍ୱାରା ୪ ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା କରିଥିଲୋ ଝାରଗ୍ରାମରେ ବିଜେପିର ନିର୍ବାଚନ ସଭା ପାଇଁ ପଡିଆ ଯୋଗାଇ ଦେଇଥିବା ବିଜେପିର ଜଣେ କାର୍ଯ୍ୟକର୍ତ୍ତାଙ୍କର ଶବକୁ ମାରି ଝୁଲାଇ ଦିଆଯାଇଛି। ସେହିପରି ଶେଷ ପର୍ଯାୟ ନିର୍ବାଚନ ହେବାକୁ ଥିବା ଲୋକସଭା କ୍ଷେତ୍ରରେ ବିଜେପିର ସମର୍ଥମମାନଙ୍କୁ ବାଛି ବାଛି ଆକ୍ରମଣ କରାଯାଉଛି । ପଶ୍ଚିମବଙ୍ଗରେ ହୋଇଥିବା ଗତ ପଂଚାୟତ ନିର୍ବାଚନରେ ବିଜେପିର ସମୁଦାୟ ୧୯ କର୍ମୀମାନଙ୍କୁ ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ହତ୍ୟା କରିଥିଲେ । ଦେଶରେ ସମସ୍ତ ରାଜ୍ୟରେ ଶାନ୍ତିପୁର୍ଣ୍ଣ ଭାବେ ର୍ନିବାଚନ ହେଉଥିବା ବେଳେ ପଶ୍ଚିମବଙ୍ଗରେ କିନ୍ତୁ ଓଲଟା ହେଉଛି । ଦିନେ ସ୍ୱାଧୀନତା ଆନ୍ଦୋଳନର ପ୍ରାଣକେନ୍ଦ୍ର ପାଲଟିଥିବା ପଶ୍ଚିମବଙ୍ଗରେ ଲୋକମାନେ ଆଜି ନିଜର ମତଦାନ କରିବାର ସ୍ୱାଧୀନତାକୁ ବି ହରାଇବା ସ୍ଥିତିରେ ଅଛନ୍ତି । କ୍ଷମତାରେ ଥିବା ତୃଣମୁଳ କଂଗ୍ରେସ ତାର କ୍ଷମତା ବଂଚାଇବା ପାଇଁ ରାଜନୈତିକ ହିଂସାକୁ ଏକମାତ୍ର ଆୟୁଧ କରିଛିା ଯିଏ ତୃଣମୂଳ କଂଗ୍ରେସକୁ ବିରୋଧ କରିବ ତାର ପରିବାରଲୋକମାନଙ୍କୁ ହତ୍ୟା କରିବା, ମିଛ ମୋକଦ୍ଦମାରେ ଫଶାଇବା ଆଜି ପଶ୍ଚିମବଙ୍ଗରେ ସାଧାରଣ ଘଟଣା ହୋଇଛି । ଶାହଙ୍କ ରୋଡ ଶୋ’ ଉପରେ ଆକ୍ରମଣ ପ୍ରତିବାଦରେ ରାଜ୍ୟ ବିଜେପିରେ କଳା କପଡା ବାନ୍ଧି ଧାରଣା ଦେଇଛି।

ସମ୍ବନ୍ଧିତ ଖବର