ତିନିମାସରେ ଅନଲାଇନ୍ ଜରିଆରେ ୩୫୦ଟି କୋର୍ସ କରି ସମସ୍ତଙ୍କୁ ଚିକିତ କରି ଦେଇଛନ୍ତି ଏହି ଛାତ୍ରୀ

ନୂଆଦିଲ୍ଲୀ: କରୋନାମହାମାରୀ ପାଇଁ ସରକାର ଲକଡାଉନ୍ ଜାରି କରିବା ସହିତ ଲୋକମାନଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ଏହି କ୍ରମରେ ସେ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଆଦି ବନ୍ଦ କରି ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ ଆରମ୍ଭ କରିଥିଲେ।

ତେବେ ଏହି ଲକଡାଉନରେ କିଏ ନୂଆ ରୋଜଗାର ଆରମ୍ଭ କରି ଭଲ ବ୍ୟବସାୟ କରୁଥିବା ବେଳେ ଆଉ କିଏ ରୋଜଗାର ହରାଇ ମୁଠେ ଖାଇବା ପାଇଁ ଆଉଟୁ ପାଉଟୁ ହୋଇଯାଉଥିଲା।

ଅନ୍ୟପକ୍ଷରେ ଲକଡାଉନରେ ପିଲାମାନେ ଘରେ ରହିବା ସମୟରେ ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା‌ ସାମ୍ନାକୁ ଆସିଥିଲା। ତେବେ ଲକଡାଉନ ଜାରି ରହିଥିବା ବେଳେ କେରଳର ଜଣେ ଯୁବତୀ ସମୟର ଏଭଳି ସଦଉପଯୋଗ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ଅନଲାଇନ୍ ମାଧ୍ୟମରେ ୩୫୦ଟି କୋର୍ସ କରିଥିବା ଜଣାପଡ଼ିଛି।

Arati Raghunathan

ଆରତୀ ରଘୁନାଥନ କୋଚ୍ଚିର ଏଲମକାରାରେ ବସବାସ କରନ୍ତି। ଆରତୀଙ୍କ କହିବାନୁସାରେ, ତାଙ୍କୁ କଲେଜର ଜଣେ ଅଧ୍ୟାପକ ଅନଲାଇନ କୋର୍ସ ବିଷୟରେ ଜଣାଇଥିଲେ। ଲକଡାଉନ୍ ଜାରି ଥିବା ବେ‌ଳେ ସେ ସମୟ ନଷ୍ଟ ନକରି ଗୋଟିଏ ପରେ ଗୋଟିଏ ଏପରି ଅନଲାଇନରେ ୩୫୦ଟି କୋର୍ସ ପୂରା କରି ଦେଇଥିଲେ।

ଏମଏସସି ବା‌‌ୟୋକେମେଷ୍ଟ୍ରି ସେକେଣ୍ଡ ଇୟର ଛାତ୍ରୀ ଥିବା ଆରତୀ ଜନ ହକିଂସ ୟୁନିଭର୍ସିଟି, ୟୁନିଭର୍ସିଟି ଅଫ ନ୍ୟୁୟର୍କ, ଟେକନିକଲ ୟୁନିଭର୍ସିଟି ଅଫ ଡେନମାର୍କ ଓ କୋପନହେଗନ ୟୁନିଭର୍ସିଟି ଭଳି ଅନେକ ବଡ଼ବଡ଼ ୟୁନିଭର୍ସିଟିରୁ କୋର୍ସ କରିଛନ୍ତି।

ସମ୍ବନ୍ଧିତ ଖବର