‘ସେ ବାହାରକୁ ଆସୁଛି, ତା’କୁ ଧର’… ଏମିତି କହି ହସ୍ପିଟାଲ ବାରଣ୍ଡାରେ ଶିଶୁକୁ ଜନ୍ମ ଦେଲେ ମହିଳା

ମା’ହେବା ସବୁ ମହିଳାଙ୍କ ପାଇଁ ଏକ ନିଆରା ଅନୁଭୂତି ହୋଇଥାଏ। ଏହା ସହ ଗର୍ଭବତୀ ମହିଳାଙ୍କଠାରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ମଧ୍ୟ ଆସିଥାଏ । ଏକ ନବଜାତକକୁ ଜନ୍ମଦେବା ଜଣେ ମହିଳାଙ୍କ ଜୀବନ ସମ୍ପୂର୍ଣ୍ଣ ହୋଇଥାଏ । କିନ୍ତୁ ଶିଶୁଟିକୁ ଜନ୍ମ ଦେବା ସମୟରେ ଯେଉଁ କଷ୍ଟ ମା’କୁ ଉଠାଇବାକୁ ପଡ଼େ ତା’କୁ ଅନ୍ୟ କେହି ବି ଅନୁଭବ କରି ପାରିବେ ନାହିଁ । ତେବେ ସେଭଳି ଏକ ଘଟଣା ଘଟିଛି ଆମେରିକାର କନ୍‌ସାସରେ । ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ଲେବର ରୁମ୍‌ରେ ପହଞ୍ଚିବା ପୂର୍ବରୁ ହସ୍ପିଟାଲର କରିଡ଼ର (ବାରଣ୍ଡା)ରେ ହିଁ ସେ ଶିଶୁଟିକୁଜନ୍ମ କରିଛନ୍ତି ।

ସୂଚନା ମୁତାବକ, ଜେସିକା ହୋଗନ୍‌ ନାମକ ଜଣେ ମହିଳଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା । କିନ୍ତୁ ଡ଼ାକ୍ତର ତାଙ୍କର ଏବେ ପ୍ରସବ ସମୟ ଆସିନି ବୋଲି କହି ଫେରାଇ ଦେଇଥିଲେ । ଘରେ ପହଞ୍ଚିବା ପରେ ଜେସିକା ଏ ନେଇ ଚିନ୍ତିତ ହୋଇ ଯାଇଥିଲେ । ସେ ଦିନ ରାତିରେ ଶୋଇଥିବା ବେଳେ ତାଙ୍କ ପେଟରେ ଗଭୀର ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ତାଙ୍କ ଅବସ୍ଥା ଦେଖି ତାଙ୍କ ସ୍ୱାମୀ ତାଙ୍କୁ ହସ୍ପିଟାଲ ନେଇଥିଲେ । ନେବା ବାଟରେ ଶିଶୁଟି ତଳକୁ ତଳକୁ ଆସୁଥିବାର ଜେସିକା ଅନୁଭବ କରିଥିଲେ । ଏହା ପରେ ମନ୍‌ହଟାନ୍‌ରେ ଥିବା ଖ୍ରୀଷ୍ଟ ହସ୍ପିଟାଲରେ ତାଙ୍କୁ ତାଙ୍କ ସ୍ୱାମୀ ନେଇ ପହଞ୍ଚାଇଥିଲେ । ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କ ଯନ୍ତ୍ରଣା ବଢ଼ି ଯାଇଥିଲା । ହସ୍ପିଟାଲର ସବୁ ଫର୍ମାଲିଟି ପୂରଣ କରୁଥିବା ବେଳେ ଜେସିକା ଯନ୍ତ୍ରଣା ସହି ନ ପାରି ଲେବର ରୁମ୍‌ ଆଡ଼କୁ ଦୌଡ଼ିଥିଲେ ।

ଦଉଡ଼ିବା ବାଟରେ ଶିଶୁଟି ଟିକେ ପଦାକୁ ବାହାରି ଆସିବାରୁ ସେ ହସ୍ପିଟାଲର କରିଡ଼ରରେ ତାଙ୍କ ସ୍ୱାମୀଙ୍କୁ ଜୋର୍‌ରେ ଡ଼ାକିଥିଲେ । ‘ସେ ବାହାରକୁ ଆସୁଛି, ତା’କୁ ଧର’, କହି ସେ ସେଇଠି ବସି ପଡ଼ିଥିଲେ । ତାଙ୍କ ଡ଼ାକଶୁଣି ହସ୍ପିଟାଲର ନର୍ସମାନେ ତାଙ୍କ ନିକଟକୁ ଦୌଡ଼ି ଆସିବା ସହ ତାଙ୍କ ଅବସ୍ଥା ଦେଖି ସେଇଠି ହିଁ ତାଙ୍କୁ ଶୁଆଇ ଦେଇଥିଲେ । କିଛି ସମୟ ପରେ ସେ ଶିଶୁଟିିକୁ ଜନ୍ମ ଦେଇଥିଲେ । ଯାହାର ନାମ ଏବେ ମାକ୍ସ ରଖାଯାଇଛି । ପୂର୍ବରୁ ଜେସିକାଙ୍କର ୪ଟି ଝିଅ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର