ଝିଣ୍ଟିକା  ଦେହରେ କଣ୍ଟା ଫୋଡ଼ିଥିଲେ ଭୀଷ୍ମ , ଏହାର  କୁପରିଣାମ କ’ଣ ହୋଇଥିଲା ?

ସେତେବେଳେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଆନ୍ତି। ଶ୍ରୀକୃଷ୍ଣ ପିତାମହଙ୍କ ଉଦ୍ଦେଶ୍ୟରେ କହିଲେ,‘‘ପିତାମହ! ଯୁଦ୍ଧ ପରେ ଯୁଧିଷ୍ଠିର ଅତ୍ୟନ୍ତ ଚିନ୍ତିତ ଓ ବ୍ୟାକୁଳିତ ହୋଇପଡ଼ିଛନ୍ତି।ଆପଣ ଦୟାପୂର୍ବକ ତାଙ୍କୁ କିଛି ପରାମର୍ଶ ଓ ଧର୍ମ ଉପଦେଶ ଦେଇ ତାଙ୍କର ଶୋକ ଓ କଷ୍ଟ ନିବାରଣ କରନ୍ତୁ।’’

ପିତାମହ ଶ୍ରୀକୃଷ୍ଣଙ୍କ ମୁହଁରୁ କରୁକ୍ଷେତ୍ର ଯୁଦ୍ଧରେ ଅସ୍ତ୍ରତ୍ୟାଗ କରିବାକୁ ଯାଉଥିବା ଅର୍ଜୁନଙ୍କୁ ଗୀତାବାଣୀ ଶୁଣାଇ ଗାଣ୍ଡିବ ଉଠାଇବାରେ ସକ୍ଷମ  ହୋଇଥିଲେ,ଯିଏ ଅନ୍ତର୍ଯ୍ୟାମୀ,ସେ ପୁଣି ଯୁଧିଷ୍ଠିରଙ୍କ ଭଳି ଜ୍ଞାନୀ ପୁରୁଷର ଶୋକ ଓ ଚିନ୍ତା ନିବାରଣ କରିବାରେ ଅସମର୍ଥ!

ଏହାପରେ ପିତାମହ ଭୀଷ୍ମ କହିଲେ,‘‘ ହେ ଭଗବାନ୍‌ ଶ୍ରୀକୃଷ୍ଣ!ଆପଣ ତ ଅନ୍ତର୍ଯ୍ୟାମୀ,ପ୍ରଥମେ ଆପଣ ମୋର ସନ୍ଦେହର ସମାଧାନ କରନ୍ତୁୁ। ମୁଁ ଭଲଭାବେ ଜଣେ ଯେ, କର୍ମଫଳ ଅବଶ୍ୟ ଭୋଗ କରିବାକୁ ପଡ଼ିବ। ମୋ ଜାଣିବାରେ ମୁଁ  ବିଗତ ୭୨ ଜନ୍ମରେ ଏଭଳି କୌଣସି ନିଷ୍ଠୁର  କାର୍ଯ୍ୟ କରିନାହିଁ,ଯାହାର ପରିମାଣ ସ୍ୱରୂପ ମୋତେ ଶରଶଯ୍ୟାରେ ଶୟନ କରିବାକୁ ପଡ଼ିଛି।ମୁଁ ଜାଣିବାକୁ ଚାହେଁ ପ୍ରକୃରେ କ’ଣ  ଏ ଭଳି କୌଣସି କର୍ମ କରିଥିଲି,ଯାହାର ପରିଣାମ ହେଉଛି ଶରଶଯ୍ୟାର ଶୟନ?’’

ଏହା ଶୁଣି ଶ୍ରୀକୃଷ୍ଣ ସ୍ମିତ ହାସ୍ୟ ଦେଇ କହିଲେ,‘‘ ପିତାମହ ଆପଣ ନିଜର ୭୨ଟି ପୂର୍ବ ଜନ୍ମକୁ ଧ୍ୟାନ ଦେଇଥିଲେ।ଯଦି ଆଉ ଗୋଟିଏ ଜନ୍ମ ପଛକୁ ଯାଇଥା’ନ୍ତେ,ଅର୍ଥାତ୍‌ ୭୩ ତମ  ଜନ୍ମର ଧ୍ୟାନ କରିଥା’ନ୍ତେ ତେବେ ଜାଣିପାରିଥା’ନ୍ତେ ଯେ ଗୋଟିଏ ଅରଖ ପତ୍ର ଉପରେ ବସିଥିବା ଶାଗୁଆ ରଙ୍ଗର ଝିଣ୍ଟିକା  ଦେହରେ ବବୁଲ କଣ୍ଟା ଫୋଡ଼ିଥିଲେ,ଯାହାକି କର୍ମର ବିଧାନ ଅନୁସାରେ ସେହି କଣ୍ଟା ଆଜି ଆପଣଙ୍କୁ ଶର ରୂପେ ମିଳିଛି।

 

ସମ୍ବନ୍ଧିତ ଖବର