କାନ୍ଧରେ ବୋହି ଭଉଣୀକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଉଛି ଭାଇ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଡରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଜଣେ ଦିବ୍ୟାଙ୍ଗ ଭଉଣୀ ପାଇଁ ତାର ଭାଇ ଡୋଲି ଉଠାଉଛି। ତେବେ ଭାଇ ଜଣକ ଭଉଣୀକୁ ଡୋଲିରେ ବିବାହ ପାଇଁ ନୁହେଁ ବରଂ ତାକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ଏପରି କରୁଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଥୋରାଗଡ ଜିଲ୍ଲାର ଚମାଲି ଗ୍ରାମର ଭାଇ ପାରସ କୋହଲି ତାର ଦୁଇ ଭଉଣୀ ଓ ମା’ଙ୍କୁ ନେଇ ବସବାସ କରେ। ତାର ଭଉଣୀ ସଞ୍ଜନାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଥିଲା। ତେଣୁ ସେ ଭଉଣୀକୁ ଯଥା ସମ୍ଭବ ସାହାଯ୍ୟ କରିଛି। ଭଉଣୀର ସ୍ୱପ୍ନ ପୂରା କରିବା ପାଇଁ ଭାଇ ତାକୁ ପରୀକ୍ଷା କେନ୍ଦ୍ରକୁ କାନ୍ଧରେ ବୋହି ‌ନେବାକୁ ବି ପଛାଇ ନଥିଲା। ଭାଇର ଭଉଣୀ ପ୍ରତି ଥିବା ଭଲପାଇବାକୁ ଲୋକମାନେ  ବହୁତ ପ୍ରଶଂସା କରୁଛନ୍ତି |

ତେବେ ଦିବ୍ୟାଙ୍ଗ ସଞ୍ଜନା ଚାଲିବାକୁ ଅସମର୍ଥ । ସଞ୍ଜନାଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଅଧା କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ତେଣୁ ସଞ୍ଜନାକୁ ପରୀକ୍ଷା କେନ୍ଦ୍ରକୁ ନେଇଯିବା ପାଇଁ ଭାଇପାରାସ୍, ସାନିଆ ଏବଂ  ସମ୍ପର୍କୀୟ ଆକାଶ ଡୋଲିର ସାହାଯ୍ୟ ନେଇଥାଆନ୍ତି।

ଯେତେବେଳେ ପରୀକ୍ଷା କେନ୍ଦ୍ରର ପ୍ରଧାନଶିକ୍ଷକ ଭୁବନ ପ୍ରକାଶ ଅପ୍ରେତିଙ୍କୁ ଏହି ବିଷୟରେ ଜଣାପଡ଼ିଥିଲା, ସେ ଆଶ୍ୱାସନା ଦେଇଥିଲେ ଯେ ସଞ୍ଜନାକୁ ପରୀକ୍ଷା କେନ୍ଦ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହେବ ନାହିଁ। ସେ ତାହାର ଯତ୍ନ ନେବେ।

ସଞ୍ଜନା କହିଛନ୍ତି ଯେ ତାଙ୍କ ପିତାଙ୍କର ୬ ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଥିଲା। ପିତାଙ୍କ ମୃତ୍ୟୁ ପରେ ପରିବାରର ଭାର ତାଙ୍କ ମା’ଙ୍କ ଉପରେ ପଡିଥିଲା। ବାପାଙ୍କ ମୃତ୍ୟୁ ପରେ ପରିବାର ଚଳାଇବା ବହୁତ କଷ୍ଟ ହୋଇପଡ଼ିଥିଲା। ତେଣୁ ଭଲ ପାଠପଢ଼ି ଜଣେ ଶିକ୍ଷୟିତ୍ରୀ ଭାବେ ଚାକିରି କରି  ପିଲାଙ୍କୁ ଶିକ୍ଷିତ କରିବାର ଲକ୍ଷ୍ୟ ରଖିଛି। ଏଥିସହିତ ପରିବାରକୁ ବି ସାହାଯ୍ୟ କରିବ।

ସମ୍ବନ୍ଧିତ ଖବର