ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଭାଇର ବନ୍ଧୁକକୁ ରାକ୍ଷୀ ବାନ୍ଧିଲା ଭଉଣୀ

ଦନ୍ତେଓ୍ଵାଡା: ଗତକାଲି ସମଗ୍ର ଦେଶ ସ୍ୱାଧୀନତା ଦିବସ ସହିତ ଭାଇ-ଭଉଣୀର ପବିତ୍ର ସମ୍ପର୍କ ରାକ୍ଷୀବନ୍ଧନ ପର୍ବ ପାଳନ କରିଛି। ଛତିଶଗଡ଼ରେ ଭାଇ-ଭଉଣୀର ଏକ ସମ୍ପର୍କ ଭାବବିହ୍ଵଳ କରି ଦେବ। ଜଣେ ଭଉଣୀ ଭାଇର ହାତ ରଖି ସିନା ବନ୍ଧି ପାରିଲା ନାହିଁ କିନ୍ତୁ ତାର ବନ୍ଧୁକରେ ରାକ୍ଷୀ ବାନ୍ଧିଛି।

ଛତିଶଗଡ଼ ପୁଲିସରେ ମହିଳା କନେଷ୍ଟବଳ କବିତା କୌଶଲଙ୍କ ଭାଇ ରାକେଶ କୌଶଳ ଅକ୍ଟୋବର ୩୧ରେ ଏକ ନକ୍ସଲ ଆକ୍ରମଣରେ ସହିଦ ହୋଇଯାଇଥିଲେ। ଏହି ନକ୍ସଲ ଆକ୍ରମଣରେ ରାକେଶଙ୍କ ସହିତ ଅନ୍ୟ ଦୁଇପୁଲିସକର୍ମୀ ଓ ଦୁରଦର୍ଶନର କ୍ୟାମେରାମ୍ୟାନ୍‌ ବି ପ୍ରାଣ ହରାଇଥିଲେ।

କବିତାଙ୍କ କହିବାନୁସାରେ, ମୋତେ ମୋ ଭାଇ ସ୍ଥାନରେ ଛତିଶଗଡ଼ ପୁଲିସରେ ଚାକିରି ମିଳିଛି। ମୁଁ ବିଭାଗକୁ ଅନୁରୋଧ କରିଛି କି ମୁଁ ସେହି ବନ୍ଧୁକକୁ ବ୍ୟବହାର କରିବାକୁ ଚାହେଁ, ଯେଉଁଟା ମୋ ଭାଇ ଧରୁଥିଲା।

ଗୁୁରୁବାର କବିତା ନିଜ ସାମ୍ନାରେ ଭାଇର ଫଟୋ ରଖି ଭାଇ ଧରୁଥିବା ବନ୍ଧୁକକୁ ରାକ୍ଷୀ ବାନ୍ଧିଥିଲେ। ଦନ୍ତେଓ୍ଵାଡାରେ ରହୁଥିବା କବିତାଙ୍କ ଭାଇ ସହିଦ ହେବା ପରେ କବିତା ପୁଲିସର ଚାକିରି ବାଛିଥିଲେ। କାରଣ ଭାଇର ସ୍ୱପ୍ନ ଥିଲା କି ତାଙ୍କ ଭଉଣୀ ପୁଲିସ ପୋଷାକ ପିନ୍ଧୁ। ଏହାପରେ କବିତା ଡାକ୍ତର ହେବା ସ୍ୱପ୍ନ ଛାଡ଼ି ୨୦୧୯ରେ ପୁଲିସରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧିତ ଖବର