ମା’ ତତେ କୋଟି ପ୍ରଣାମ

ନୂଆଦିଲ୍ଲୀ: ମା’ ମମତାରେ ଏତେ ଶକ୍ତି ଥାଏ କି ସେ ନିଜର ସନ୍ତାନ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାଏ। ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ନିଜର ୭ବର୍ଷ ଶିଶୁକୁ ବଞ୍ଚାଇବା ପାଇଁ ହିଂସ୍ରଜନ୍ତୁ ସହିତ ଲଢ଼ି ଯାଇଥିଲେ। ଏହାର ଏକ ଭିଡିଓ ସିସିଟିଭ‌ିରେ ଭାଇରାଲ ହୋଇଛି।

ଏମିତି ଏକ ଘଟଣା ଆମେରିକାରୁ ସାମ୍ନାକୁ ଆସିଛି। ଏଠା‌ରେ  ଜଣେ ଶିଶୁ ସ୍କୁଲ ଯିବାକୁ ବାହାରିଥିଲା। ଏହି ସମୟରେ ଘର ସାମ୍ନାରେ ବସିଥିବା  ହିଂସ୍ରଜନ୍ତୁ (ରେକୁନ) ଶିଶୁ ଉପରେ ଆକ୍ରମଣ କରିଥିଲା। ଶିଶୁର କାନ୍ଦ ଶୁଣି  ମା’ ଘରୁ ବାହାରି ଆସିଥିଲେ। ଆଉ ଉକ୍ତ ହିଂସ୍ରଜନ୍ତୁ ଆକ୍ରମଣରୁ ଶିଶୁକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ବହୁ ଚେଷ୍ଟା କରିବା ପରେ ମହିଳା ହିଂସ୍ରଜନ୍ତୁ ଠାରୁ ନିଜ ଛୁଆକୁ ଛଡ଼ାଇ ଆଣି କବାଟ ବନ୍ଦ କରି ଦେଇଥିଲେ।

ମହିଳାଙ୍କ ସାହାସିକତାର ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।  ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ଜଣେ ଲେଖିଛନ୍ତି, ‘ମା’ର ମମତାକୁ କୋଟି ପ୍ରଣାମ।’

 

ସମ୍ବନ୍ଧିତ ଖବର