ଦିଲ୍ଲୀରେ ଖୋଲିଲା େଓ୍ଵଷ୍ଟ ଟୁ ଓ୍ଵଣ୍ଡର ଥିମ୍‌ ପାର୍କ : ସହରର ଆବର୍ଜନାକୁ ନେଇ ତିଆରି ହୋଇଛି ବିଶ୍ୱର ସପ୍ତାଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଆଜିକାଲି ଦେଶରେ ଜନସଂଖ୍ୟା ବଢ଼ୁଥିବା ବେଳେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦକ୍ଷିଣ ଦିଲ୍ଲୀ ନଗର ନିଗମ ଏକ ଉଦ୍ୟମ ଆରମ୍ଭ କରିଛି । ସହରରୁ ବାହାରୁଥିବା ଆବର୍ଜନାକୁ ନେଇ କିଛି ଭଲ କରିବା ପାଇଁ ଚେଷ୍ଟା କରାଯାଇ େଓ୍ଵଷ୍ଟ ଟୁ ଓ୍ଵଣ୍ଡରର ପାର୍କ ତିଆରି କରିଛନ୍ତି । ଯେଉଁଠି ଆବର୍ଜନାକୁ ବ୍ୟବହାର କରି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତିଆରି କରାଯାଇଛି । ଏହାର ଫଟୋ ଏବେ ପୋଷ୍ଟ କରାଯିବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି । ଆବର୍ଜନାକୁ ବାୟୁମଣ୍ଡଳକୁ ପ୍ରଦୂଷଣ କରିବାକୁ ନ ଦେଇ ସେଥିରୁ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତିଆରି କରାଯିବାର ଦୃଶ୍ୟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଏହାକୁ ତିଆରି କରିବା ପାଇଁ ୧୮୦ଦିନ ଲାଗିଥିବା ବେଳେ ଫାଇନ୍‌ ଆର୍ଟସ୍‌ କଲେଜ୍‌ର ଛାତ୍ର ରାକେଶ ରାନା, ଅନୁଜ୍‌ ପୋଡର, ବିଜୁଶ କାନ୍ତି ପାତ୍ର, ସନ୍ଦିପ୍‌ ପିଶାଲକର ଏବଂ ପ୍ରେମକୁମାର ବୈଶ୍ୟ ଏହାକୁ ନିର୍ମାଣ କରିଥିଲେ । ଏହି ସପ୍ତାଶ୍ଚର୍ଯ୍ୟର ନମୁନା ତିଆରି କରିବା ପାଇଁ ଦକ୍ଷିଣ ଦିଲ୍ଲୀ ନଗର ନିଗମ ୧୫୦ଟନ୍‌ ରଦ୍ଦି ହୋଇ ଯାଇଥିବା ଜିନିଷ ଏବଂ ବିଭିନ୍ନ କାରଖାନାରୁ ବାହାରୁଥିବା ଆବର୍ଜନାକୁ ଏକାଠି କରିଥିଲା । ୩ବର୍ଷରୁ କମ୍‌ ଏବଂ ୬୫ବର୍ଷରୁ ଉର୍ଦ୍ଧ ଲୋକମାନଙ୍କୁ ମାଗଣା ବୁଲିବାର ସୁବିଧା ଥିବା ବେଳେ ୩-୧୨ମଧ୍ୟରେ ଥିବା ପିଲାମାନଙ୍କ ପାଇଁ ଟିକେଟ୍‌ ଦାମ୍‌ ୨୫ ରହିଛି । ଏହା ସହ ଯୁବକ-ଯୁବତୀମାନଙ୍କ ପାଇଁ ଟିକେଟ୍‌ ଦାମ୍‌ ୫୦ଟଙ୍କର ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର