ମଜାଳିଆ ଅନ୍ଦାଜରେ ଡାକ୍ତରଙ୍କ ଭିଡିଓ; କରୋନା ସହ ଲଢ଼ିବାକୁ ଦେଲେ ଏହି ସବୁ ଟିପ୍ସ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ସାରା ବିଶ୍ବ ଭୟଭୀତ। ଧିରେ ଧିରେ ଏହି ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ କିପରି ଆୟତ୍ତ କରାଯାଇ ପାରିବ ଏ ନେଇ ସମସ୍ତେ ଚିନ୍ତିତ। ହଜାର ହଜାର ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୩୦୦ରୁ ଊର୍ଧ୍ବ ଲୋକଙ୍କ ଜୀବନ ଯାଇ ସାରିଲାଣି ଏଥିରେ। ପ୍ରାୟ ୨୫ଟି ଦେଶରେ ବ୍ୟାପିଥିବା ଏହି ଭାଇରସରୁ କିପରି ନିଜକୁ ଦୂରେଇ ରଖିହେବ ସେ ନେଇ ଡାକ୍ତର ଜଗଦୀଶ ଚତୁର୍ବେଦୀ ତାଙ୍କ ଟ୍ବିଟର୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି।

ଭିଡିଓ ସେୟାର୍‌ କରି ସେଥିରେ ଲେଖିଛନ୍ତି, ‘ମୁଁ କରୋନା ଭାଇରସ୍‌। ମୋତେ କିପରି ଦୂରେଇ ଦେଇ ହେବ ସେ ନେଇ ମୋର ଆପଣମାନଙ୍କ ପାଇଁ ଏକ ବାର୍ତ୍ତା ରହିଛି। ଏହି ଭିଡିଓଟିକୁ ମୋ ପରି ଭାଇରାଲ୍‌ କରନ୍ତୁ। ହେ ହେ ହେ।’

ସେହି ଟିପ୍ସଗୁଡ଼ିକ ହେଉଛି:

କୋଲ୍‌ଡ ଷ୍ଟୋର୍‌ରେ ରହୁଥିବା ଖାଦ୍ୟକୁ ଖାଆନ୍ତୁ ନାହିଁ।

ଯଦି କେହି ଛିଙ୍କୁଛନ୍ତି କିମ୍ବା କାଶୁଛନ୍ତି ତେବେ ସେମାନଙ୍କଠାରୁ ୩୦୦-୫୦୦ ମିଟର ଦୂ‌ରରେ ରୁହନ୍ତିୁ।

ଯଦି ଥଣ୍ଡା ହୋଇଛିି ତ ୨୦ରୁ ୨୫ ସେକେଣ୍ଡ୍‌ ପର୍ଯ୍ୟନ୍ତ ପରିଷ୍କାର କରି ହାତ ଧୁଅନ୍ତୁ।

ଯାହା ନାହିଁ ତାହା ମାସ୍କ ପିନ୍ଧନ୍ତୁ ନାହିିଁ। କରୋନା ପାଇଁ ମିଳୁଥିବା ସ୍ବତନ୍ତ୍ର ମାସ୍କ ପିନ୍ଧନ୍ତୁ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଭିଟାମିନ ସି କିମ୍ବା କମଳା ପରି ରସାଳୁଆ ଫଳ ଖାଆନ୍ତୁ।

 

ସମ୍ବନ୍ଧିତ ଖବର