ପତ୍ନୀଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ମେଲ୍‌ ସିଡ୍ୟୁଲ କରିଥିଲେ ସ୍ୱାମୀ, ମୃତ୍ୟୁର ୧୦ମାସ ପରେ ପଢ଼ିଲା ଝିଅ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜରିଆରେ ସମୟସମୟରେ କେତେକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଥାଏ। ଅନେକ ସମୟରେ ଦେଖାଯାଇଥାଏ, କିଛି ଲୋକ ତାଙ୍କର ଅତି ଆପଣାର ଲୋକଙ୍କ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ଦେଇଥାଆନ୍ତି। କାରଣ ସେ ଯେତେବେଳେ ଏ ଦୁନିଆ ଛାଡ଼ି ଯିବେ ତାଙ୍କର ଆତ୍ମୀୟ ଯେମିତି ତାଙ୍କୁ ନ ଝୁରିବେ। ଏମିତି ଏକ ଘଟଣା ନିକଟରେ ସାମ୍ନାକୁ ଆସିଛି, ଯାହାକି ଲୋକଙ୍କ ହୃଦୟକୁ ବେଶ୍‌ ଛୁଇଁଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମନାଲିରେ ରହୁଥିବା ଅଲିସା ମେଡୋଜଙ୍କ ବାପାଙ୍କୁ କିଡ଼ନୀଜନିତ ରୋଗ ହୋଇଥିଲା। ଏହି କାରଣରୁ ତାଙ୍କର ପିତାଙ୍କର ୧୦ମାସ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା। ତେବେ କିଛିଦିନ ତଳେ ଆଲିସାଙ୍କ ପାଖକୁ ଏକ ଇ-ମେଲ ଆସିଥିଲା। ଏହି ମେଲ୍‌ ଦେଖି ଆଲିସା ଭୟଭୀତ ହୋଇଯାଇଥିଲେ। କାରଣ ଏହି ମେଲ୍‌ଟି ଥିଲା ତାଙ୍କ ମୃତ ପିତାଙ୍କର।

Husband's planned anniversary surprise for wife carried out by ...
GMA Network

ଆଲିସା କହନ୍ତି, ତିନି ସପ୍ତାହ ପୂର୍ବରୁ ମୋ ପାଖକୁ ଏକ ସିଡ୍ୟୁଲ୍‌ ମେଲ ଆସିଥିଲା। ଏହି ମେଲ୍‌ଟି ବାପାଙ୍କ ଆଇଡିରୁ ଆସିଥିଲା। ବାପାଙ୍କ ମୃତ୍ୟୁକୁ ୧୦ମାସ ବିତି ଯାଇଥିଲେ ହେଁ ଏହି ମେଲଟି ତାଙ୍କ ଆଇଡିରୁ ଆସିଥିବା ଦେଖି ମୁଁ ଭୟଭୀତ ହୋଇଯାଇଥିଲି। ଏହି ସମୟରେ ଘରେ ମୁଁ ଏକା ଥିଲି। ଦୁଇଦିନ ପରେ ମୁଁ ନୋଟିଫିକେସନ୍‌ ଦେଖି ସାହାସ କରି ମେଲ ଖୋଲିଥିଲି। ମେଲ ଖୋଲି ଯାହା ପଢ଼ିଥିଲି ଆଶ୍ଚର୍ଯ୍ୟ ହୋଇଯାଇଥିଲି।

Dying Man Schedules Email With Instructions On Surprise Party For Wife
Storypick

ଏହି ମେଲ୍‌ରେ ଅଲିସାଙ୍କ ପିତା ଝିଅ ପାଖକୁ କିିଛି ତଥ୍ୟ ପଠାଇଥିଲେ। ଆଲିସାଙ୍କ ପିତା ମେଲ୍‌ରେ ଲେଖିଥିଲେ, ମୋର ୨୫ତମ ବିବାହବାର୍ଷିକୀର ପୂର୍ବ ପ୍ରସ୍ତୁତି କରି ରଖିଛି। ଝିଅ ଏହି ତଥ୍ୟ ଅନୁସାରେ ତୁ ମା’କୁ ବିବାହବାର୍ଷିକୀରେ ସରପ୍ରାଇଜ ଦେବୁ। ଫୁଲ ବ୍ୟବସାୟୀଙ୍କଠାରେ ଫୁଲର ବୁକିଂ ବି କରି ଦେଇଛି। ଯେଉଁ ଫୁଲ ବ୍ୟବସାୟୀ ପ୍ରତିବର୍ଷ ଭେଲେନ୍‌ଣ୍ଟଟାଇନ୍‌ ଡେ’ ଓ ବିବାହ ବାର୍ଷିକୀ ଓ ମା’ଙ୍କ ଜନ୍ମଦିନରେ ଫୁଲ ଆଣି ଦେଇଥାଏ ସେ ଆଣିଦେବ ।’

ରୋଗ ସିନା ବାପାଙ୍କୁ ଏ ଦୁନିଆରୁ ନେଇଗଲା, କିନ୍ତୁ ମା’ଙ୍କ ପ୍ରତି ବାପାଙ୍କ ଭଲ ପାଇବାକୁ ଛଡ଼ାଇ ନେଇ ପାରି ନାହିଁ ବୋଲି କହନ୍ତି ଆଲିସା।

ସମ୍ବନ୍ଧିତ ଖବର