ଜଙ୍ଗଲରେ ହାତୀ କରୁଛି ଧୂମପାନ, ତୁହାକୁ ତୁହା ଶୁଣ୍ଢରେ ଛାଡୁଛି ଧୂଆଁ: ଜାଣନ୍ତୁ ପ୍ରକୃତ ଘଟଣାଟି କ’ଣ

ନୂଆଦିଲ୍ଲୀ: ଜଙ୍ଗଲରେ ଧୂମପାନ କରୁଥିବା ସମୟରେ ଏକ ମାଇ ହାତୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହାତୀର ଏହି ଭିଡିଓ ଭାରତର ବନ୍ୟଜନ୍ତୁ ସଂରକ୍ଷଣ ସାମଜ ନାମକ ଫେସ୍‌ବୁକ୍‌ ପେଜରେ ଗତ ମଙ୍ଗଳବାର/ ମାର୍ଚ୍ଚ ୨୦ ତାରିଖରେ ସେୟାର କରିବା ପରେ ଏହା ସୋସିଆଲ ମିଡିଆରେ ଘୁରୁ ବୁଲୁଛି।

ଫେସ୍‌ବୁକ୍‌ ପୋଷ୍ଟରେ କୁହାଯାଇଛି କି, ହାତୀର ଏହି ଅସମାନ୍ୟ ବ୍ୟବହାରର ଭିଡିଓ କର୍ଣ୍ଣାଟକର ନାଗରହୋଲ ନ୍ୟାସନାଲ ପାର୍କରେ କ୍ୟାମେରାରେ କୈଦ୍‌ ହୋଇଛି। ଏହି ଭିଡିଓକୁ ବନ୍ୟଜୀବ ସଂରକ୍ଷଣ ସୋସାଇଟି-ଭାରତରେ ସଂରକ୍ଷଣ ସହାୟତା ଓ ନିତି ସହାୟତା ନିର୍ଦ୍ଦେଶକ ବିନୟ କୁମାର ୨୦୧୬ ମସିହାରେ ସୁଟ କରିଥିଲେ। କିନ୍ତୁ ଫେସ୍‌ବୁକ୍‌ରେ ସେ ଏହି ଭିଡିଓକୁ ନିକଟରେ ସେୟାର କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି କି,ହାତୀ ନିଜ ଶୁଣ୍ଢ ସାହାଯ୍ୟରେ ଜଙ୍ଗଲରେ ଜଳିଯାଇଥିବା କିଛି କାଠ,ପତ୍ର ଓ ଅଳିଆ ଭିତରେ ଶୁଣ୍ଢରେ ପୁରାଉଛି। ଏହାପରେ ତାର ଶୁଣ୍ଢ ସାହାଯ୍ୟରେ ଧୁଆଁ ବାହାର କରୁଛି। ଏହି ମାଈ ହାତୀର ବୟସ ପାଖାପାଖି ୩୦ରୁ ୩୫ବର୍ଷ ମଧ୍ୟରେ ହେବ।

ଡବ୍ଲ୍ୟୁସିଏସ୍‌ ଇଣ୍ଡିଆ ଓ ବୈଜ୍ଞାନିକ ଡକ୍ଟର ବରୁଣ ଗୋସ୍ୱମୀ ହାତୀର ଏହି ଧୂମପାନ କରୁଥିବା ସମ୍ପର୍କରେ କହନ୍ତି, ହାତୀ ଜଳି ଯାଇଥିବା କିଛି କାଠର କୋଇଲା ଗିଳିବାକୁ ଚେଷ୍ଟା କରୁଛି। ଏହି କୋଇଲାରେ ହୁଏତ କୌଣସି ପୋଷକ ତତ୍ତ୍ୱ ନଥାଇ ପାରେ, କିନ୍ତୁ ଜଙ୍ଗଲି ଜୀବଜନ୍ତୁ ଏଥିରୁ କିଛି ଔଷଧୀୟ ଗୁଣ ପାଇଥାଆନ୍ତି, ସେଥିପାଇଁ ଏଥିପ୍ରତି ଆକର୍ଷିତ ହୋଇ ଆସନ୍ତି।

ସମ୍ବନ୍ଧିତ ଖବର