କର୍କଟ ଦ୍ବାରା ଗୋଟିଏ ଆଖି ନଷ୍ଟ ହୋଇଯିବାରୁ ସେସ୍ଥାନରେ ଫ୍ଲାସ ଲାଇଟ ଲଗାଇଲେ ଇଞ୍ଜିନିୟର

ନୂଆଦିଲ୍ଲୀ: ଦକ୍ଷିଣୀ କଲିଫର୍ଣ୍ଣିଆରେ ଜଣେ ଇଞ୍ଜିନିୟରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଇଞ୍ଜିନିୟରଙ୍କ ନାମ ବ୍ରାୟନ ଷ୍ଟେନଲେ। ବ୍ରାୟନ ଜଣେ ପ୍ରୋଟୋଟାଇପ ମେକାନିଷ୍ଟ ରହିଛନ୍ତି। ଇଞ୍ଜିନିୟର ବ୍ରାୟନ କିଛିଦିନ ତଳେ କର୍କଟ ଦ୍ବାରା ଆକ୍ରାନ୍ତ ହୋଇ ଗୋଟିଏ ଆଖି ହରାଇ ଦେଇଥିଲେ। ତେବେ ଏଭଳି ଏକ ଅଘଟଣର ଶିକାର ହେବା ସେ ହାର ମାନି ନଥିଲେ, ବରଂ ଏକ ଆଶ୍ଚର୍ଯ୍ୟଜନକ କାମ କରିଥିଲେ। ଯାହାକୁ ନେଇ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି।

ବ୍ରାୟନ ଷ୍ଟେନଲେ ନିଜର ନଷ୍ଟ ହୋଇଯାଇଥିବା ଆଖି ସ୍ଥାନରେ ଫ୍ଲାସଲାଇଟ ଅର୍ଥାତ ଟର୍ଚ୍ଚ ଲଗାଇବା ଭଳି ନିଷ୍ପତ୍ତି ନେଇଥିଲେ। ତେବେ ବିଶେଷ କଥା ଟି ହେଉଛି, ଏହି ଟର୍ଚ୍ଚକୁ ସେ ନିଜେ ତିଆରି କରିଥିଲେ। ଏହାପରେ ସେ ଭିନ୍ନିଭନ୍ନ ରଙ୍ଗର ଟର୍ଚ୍ଚ ଲାଇଟ ବି ତିଆରି କରିବା ଆରମ୍ଭ କରି ଦେଇଛନ୍ତି। ସେ ଏହି ଟର୍ଚ୍ଚର ନାମ ଟାଇଟେନିୟମ ସ୍କଲ ଲ୍ୟାମ୍ପ ଦେଇଛନ୍ତି।

ବ୍ରାୟନ କହିଛନ୍ତି, ‘ଏହି ଟାଇଟେନିୟମ ସ୍କଲ ଲ୍ୟାମ୍ପରୁ ଆପଣ ପାଠ ପଢ଼ିପାରିବେ। ଜଙ୍ଗଲ ଅନ୍ଧାରରେ ବି ଆପଣ ସହଜରେ ଚାଲି ପାରିବେ। ଅନ୍ଧାରରେ ଯଦି କୌଣସି ସାମଗ୍ରୀ ହଜି ଯାଇଛି ତେବେ ତାହାକୁ ଟାଇଟେନିୟମ ସ୍କଲ ଲ୍ୟାମ୍ପ ସାହାଯ୍ୟରେ ଖୋଜି ପାଇପାରିବେ । ଏହାକୁ ତିଆରି କରିବା ପାଇଁ ଘରେ ବ୍ୟବହୃତ ସାମଗ୍ରୀ ବ୍ୟବହାର କରିଛି। ଏଥିରେ ଲାଗିଥିବା ବ୍ୟାଟେରୀ ୨୦ଘଣ୍ଟା ପର୍ଯ୍ୟନ୍ତ କାମ କରିଥାଏ। ଏଥିସହିତ ଏହା ଗରମ ବି ହୋଇ ନଥାଏ। ’

ତେବେ ଲୋକେ ବ୍ରାୟନଙ୍କ ଏଭଳି ଚିନ୍ତାଧାରା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର