ଦୁଇଟି ମୁଣ୍ଡ ନେଇ ଜନ୍ମ ହୋଇଥିବା ବାଛୁରୀକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ନୂଆଦିଲ୍ଲୀ:  ଦୁଇଟି ମୁଣ୍ଡ ସହିତ ଜନ୍ମ ହୋଇଥିବା ବାଛୁୂରୀକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହି ବାଛୁରୀକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ଉକ୍ତ ବାଛୁରୀର ଦୁଇଟି ମୁଣ୍ଡ ଥିବା ବେଳେ ଦୁଇଟି ଆଖି ଓ ଦୁଇଟି ପାଟି ରହିଥିବା ଦେଖିବାକୁ ମିଳୁଛି ।

ଏଭଳି ଏକ ବିରଳ ଘଟଣା ଉତ୍ତର ଭାରତର ତ୍ରିପୁରାସ୍ଥିତ ଗୋମାଟି ଜିଲ୍ଲାରେ ଘଟିଥିବା କୁହାଯାଉଛି।। ତେବେ ଏଭଳି ବରଳ ରୂପ ନେଇ ଜନ୍ମ ହୋଇଥିବା ବାଛୁରୀ ଜିନ୍‌ଗତ କାରଣ କିମ୍ୱା ସ୍ନାୟୁ ଜନୀତ ସମସ୍ୟା ହେତୁ ଜନ୍ମ ହୋଇଥିବା କୁହାଯାଇଛି । ଦୁଇଟି ମୁଣ୍ଡ ନେଇ ଜନ୍ମିତ ବାଛୁରୀକୁ ପଲିସେଫାଲି ବୋଲି କୁହାଯାଏ।
ତେବେ ଏପରି ସମସ୍ୟା ଥାଇ ଜନ୍ମ ହୋଇଥିବା ଜୀବ ବେଶୀଦିନ ଜୀବିତ ରହି ପାରନ୍ତି ନାହିଁ। ଖୁବ୍‌ କମ୍‌ ଦିନ ବଞ୍ଚିବା ପରେ ମୃତ୍ୟୁ ହୋଇଯାଇଥାଏ।

ଡାକ୍ତର ପ୍ରୀତମ୍‌ ସରକାର ଏପରି ଅଦ୍ଭୁତ ବାଛୁରୀକୁ ସେ ୧୫-୨୦ ବର୍ଷ ପରେ ଦେଖୁଥିବା କହିଛନ୍ତି। ଏଭଳି ବାଛୁରୀ ୩୮ ପ୍ରତିଶତ ବଞ୍ଚିବାର ସମ୍ଭାବନା ରହିଛି।

 

ସମ୍ବନ୍ଧିତ ଖବର