ସମୁଦ୍ରମନ୍ଥନ ସମୟରେ ଆଗେ କ’ଣ ବାହାରିଲା , ଅମୃତ ନା ବିଷ ?

ଭଗବାନ ବିଷ୍ଣୁ କହିଲେ-‘ସମୁଦ୍ରରୁ ଅମୃତ ବାହାରିବ,ଯାହାକୁ ପାନ କରାଇ ମୁଁ ଦେବତାମାନଙ୍କୁ ଅମର କରି ଦେବି। ତେବେ ଯାଇ ଦେବତା ଦୈତ୍ୟମାନଙ୍କୁ ପରାଜିତ କରି ପୁନଃ ସ୍ୱର୍ଗପ୍ରାପ୍ତ କରି ପାରିବେ।’’ଇନ୍ଦ୍ର ଦୈତ୍ୟରାଜ ବଳିଙ୍କ ନିକଟକୁ ଗଲେ ଏବଂ ଅମୃତ ଲୋଭରେ ଦେବତା ଓ ଦୈତମାନଙ୍କ ମଧ୍ୟରେ ସନ୍ଧି କରାଇବାରେ ସକ୍ଷମ ହେଲେ। ଦେବତା ଓ ଦୈତମାନେ ମିନ୍ଦ ମନ୍ଦରାଚଳକୁ ଉଠାଇ ସମୁଦ୍ର ତଟ ଆଡ଼କୁ ଆଣିବା ଲାଗି ପ୍ରୟାସ କରିଥିଲେ। କିନ୍ତୁ ଅସମର୍ଥ ହେଲେ।ଶେଷରେ ଦେବଗଣ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିଲେ ଏବଂ ସେ ସେଠାରେ ପହଞ୍ଚଲେ। ଭଗବାନ ବିଷ୍ଣୁ ଭାରି ମନ୍ଦରାଚଳକୁ ଉଠାଇ ଗରୁଡ଼ ଉପରେ ରଖିଲେ ଏବଂ କ୍ଷଣିକ ଭିତରେ କ୍ଷୀରସାଗର ତଟରେ ପହଞ୍ଚାଇ ଦେଲେ। ମନ୍ଦରାଚଳର ମଥାନି ଓ ବାସୁକୀ ନାଗଙ୍କର ଦଉଡ଼ି ତିଆରି କରାଯାଇ ସମୁଦ୍ର ମନ୍ଥନ ଆରମ୍ଭ ହେଲା। ଭଗବାନ ମଧ୍ୟ ସ୍ୱୟଂ କଚ୍ଛପରୂପ ଧାରଣ କରି ମନ୍ଦରାଚଳକୁ ଆଧାର ପ୍ରଦାନ କରିଲେ।

Indian Art

ଦେବତା ଓ ଅସୁରଗଣ ସମୁଦ୍ରମନ୍ଥରେ ଲାଗିପଡ଼ିଲେ। ଏଥିରୁ ସର୍ବପ୍ରଥମେ ବିଷ ପ୍ରକଟ ହେଲା। ଯାହା ଉଭୟଙ୍କର ଜ୍ୱଳାରେ ସମଗ୍ର ପ୍ରାଣୀଜଗତର ପ୍ରାଣ ସଙ୍କଟରେ ପଡ଼ିଗଲା। ଲୋକ କଲ୍ୟାଣ ଲାଗି ଭଗବାନ ଶଙ୍କର ସେହି ବିଷକୁ ପାନ କରିଲେ। ତା’ପରେ ସମୁଦ୍ରରୁ ଲକ୍ଷ୍ମୀ ,କୌସ୍ତୁଭ,ପାରିଜାତ,ଉଚ୍ଚୈଃଶ୍ରବା,ସୁରା,ଧନ୍ନନ୍ତରି,ଚନ୍ଦ୍ରମା,ପୁଷ୍ପକ,ଐରାବତ୍‌,ପାଞ୍ଚଜନ୍ୟ,ଶଙ୍ଖ,ରମ୍ଭା,କାମଧେନୁ ଓ ଅମୃତ କୁମ୍ଭ ଇତ୍ୟାଦି ବାହାରିଲା।

ସମ୍ବନ୍ଧିତ ଖବର