ରେଳ ଧାରଣାରେ ଶୋଇ ଫୋନରେ କଥା ହେଉଥିବା ବେଳେ ଉପର ଦେଇ ଚାଲିଗଲା ଟ୍ରେନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ମୋବାଇଲରେ କଥାବାର୍ତ୍ତା ହୋବାରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ସେମାନଙ୍କ ଚାରିପାଖରେ କ’ଣ ଘଟୁଛି ସେ ବିଷୟରେ ସେମାନେ ଜାଣିନାରୁନାହାନ୍ତି। ଅନେକ ସମୟରେ ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି, ଯେଉଁଠି ଲୋକେ ଫୋନରେ କଥା ହେବା ନିଶାରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅନେକ ଥର ଲୋକମାନେ ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହୋଇ ନିଜ ଜୀବନ ହରାଇଥାନ୍ତି। ଏନେଇ ଅନେକ ଥର ସତର୍କ କରାଯାଇଥି‌ଲେ ବି ଏବେ ଜଣେ ଯୁବତୀଙ୍କ ବେପରୁଆ କାମ ସାମ୍ନାକୁ ଆସିଛି। ମୋବାଇଲରେ କଥା ହେବା ନିଶାରେ ଜଣେ ଯୁବତୀ କରିଥିବା କମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯୁବତୀଜଣକ କଥା ହେବା ପାଇଁ ରେଳ ଧାରଣାରେ ଶୋଇଥିବାର ଭିଡିଓ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଏବେ ଏହା ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଜଣେ ଯୁବତୀ ରେଳ ଧାରଣା ଉପରେ ମୁହଁ ଘୋଡାଇ ଶୋଇଛନ୍ତି। ଏହା ପରେ ଏକ ଟ୍ରେନ ଆସି ତାଙ୍କ ଉପର ଦେଇ ଚାଲିଯାଉଛି। ଟ୍ରେନଟି ଯିବା ପ‌ରେ ଯୁବତୀଜଣକ ଉଠି ବସିପଡ଼ୁଛନ୍ତି। ଟ୍ରେନଟି ଉପର ଦେଇ ଯିବା ପରେ ବି ଯୁବତୀଜଣକ ଫୋନରେ କଥା ହେବା ଛାଡ଼ୁନାହାନ୍ତି। ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା ସେୟାର କରିଛନ୍ତି। ଭିଡିଓରେ ଏକ ମଜାଦାର କ୍ୟାପସନ ଦେଇ ସେ ଲେଖିଛନ୍ତି- ଫୋନରେ ଗପସପ ଅଧିକ ଗୁରୁତ୍ୱପୂର୍ଣ୍ଣ। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଥିବା ବେଳେ ଲୋକମାନେ ଭିଡିଓରେ ମଜାଳିଆ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଯୁବତୀଙ୍କୁ ପଦକ ମିଳିବା ଉଚିତ୍।

ସମ୍ବନ୍ଧିତ ଖବର