କୁକୁଡ଼ା ଦେଲା ସବୁଜ ରଙ୍ଗର କେଶର ଥିବା ଅଣ୍ଡା; ବୈଜ୍ଞାନିକ ବି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ; ସାଧାରଣତଃ କୁକୁଡ଼ା ଅଣ୍ଡାର କେଶର ହଳଦିଆ ରଙ୍ଗର ହୋଇଥାଏ। କିନ୍ତୁ କେବେ କୁକୁଡ଼ା ସବୁଜ ରଙ୍ଗର କେଶର ଥିବା ଅଣ୍ଡା ଦେଇଥିବା ଦେଖିଛନ୍ତି? ଏମିତି ଏକ ଘଟଣା ବାସ୍ତବରେ କେରଳରେ ବସବାସ କରୁଥିବା ଜଣେ କୁକୁଡ଼ା ଚାଷୀଙ୍କ ଘରେ ଘଟିଛି। ଏଠାରେ ଏକ କୁକୁଡ଼ା ସବୁଜ ରଙ୍ଗର କେଶର ଥିବା ଅଣ୍ଡା ଦେଇଛି, ଯାହାକୁ ଦେଖି କୁକୁଡ଼ା ମାଲିକ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

केरल में मुर्गियों ने दिया हरी जर्दी वाला अंडा, वैज्ञानिक भी हैरान
https://aajtak.intoday.in/

ମଲ୍ଲପୁରମରେ ବସବାସ କରୁଥିବା ଶିହାବୁଦ୍ଦିନ୍‌ଙ୍କ କହିବାନୁସାରେ, ତାଙ୍କ ପୋଲଟ୍ରି ଫାର୍ମରେ ଏକ କୁକୁଡ଼ା ସବୁଜ ରଙ୍ଗର କେଶର ଥିବା ଅଣ୍ଡା ଦେଇଛି। ସେ ଓ ତାଙ୍କ ପରିବାର ଗତ ୯ମାସ ହେବ ଏଭଳି ଅଣ୍ଡା ଖାଇ ଆସୁଛନ୍ତି। ଏତେ ଦିନ ଧରି ଏହି ଅଣ୍ଡା ଖାଇବା ପରେ ବି ସେମାନଙ୍କୁ କୌଣସି ପ୍ରକାର ଅସୁବିଧା ହେଉନାହିଁ। କିଛି ସପ୍ତାହ ପୂର୍ବରୁ ସେ ଏହି ସବୁଜ ରଙ୍ଗର କେଶର ଥିବାର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପୋଷ୍ଟ କରିବାର କିଛି ଦିନ ପରେ ଏହା ଭାଇରାଲ ହୋଇ ଯାଇଛି।

Green-coloured' egg yolks in this Kerala man's farm leave experts ...
Yahoo News

କେରଳର ଆନିମଲ୍‌ ସାଇନ୍ସ ୟୁନିଭର୍ସିଟିର ବିଶେଷଜ୍ଞଙ୍କ  କହିବାନୁସାରେ, ଏଭଳି ଘଟଣା କୁକୁଡ଼ାର ଖାଦ୍ୟ-ପାନୀୟ ଉପରେ ନିର୍ଭର କରୁଛି। ଯଦି କୁକୁଡ଼ାର ଖାଦ୍ୟ ପଦାର୍ଥରେ ଅଧିକ ସବୁଜ ରଙ୍ଗର ଖାଦ୍ୟ ଉପଲବ୍ଧ ରହୁଥାଏ ତେବେ ଏଭଳି ଘଟଣା ସମ୍ଭବ। କୁକୁଡ଼ା ମାଲିକ ଶିହାବୁଦ୍ଦିନ୍‌ ପ୍ରତିଦିନ କୁକୁଡ଼ାକୁ ଯେଉଁ ଖାଦ୍ୟ ଦେଉଥିଲେ ତାଙ୍କୁ ସେହି ଖାଦ୍ୟ ଯାଞ୍ଚ ପାଇଁ ମଗା ଯାଇଥିଲା। ଏହାପରେ ୟୁନିଭର୍ସିଟିର ବୈଜ୍ଞାନିକ ଖାଦ୍ୟର ଯାଞ୍ଚ କରିଥିଲେ। ଯାଞ୍ଚ ହୋଇଥିବା ଖାଦ୍ୟକୁ କୁକୁଡ଼ାକୁ ଖାଇବାକୁ ଦେବାକୁ ଶିହାବୁଦ୍ଦିନ୍‌ଙ୍କୁ କହିଥିଲେ। ପ୍ରାରମ୍ଭିକ ସମୟରେ କୁକୁଡା ସେଭଳି ସବୁଜ ରଙ୍ଗର ଅଣ୍ଡା ଦେଇଥିଲା। କିନ୍ତୁ ଦୁଇ ସପ୍ତାହ ପରେ କୁକୁଡ଼ା ସବୁଜ ରଙ୍ଗ ପରିବର୍ତ୍ତେ ହଳଦିଆ ରଙ୍ଗର କେଶର ଥିବା ଅଣ୍ଡା ଦେବାକୁ ଲାଗିଥିଲା।

Sida Cordifolia, Bala or Country Mallow seeds
Asklepios Seeds

ଡାକ୍ତର ଏସ୍‌ ଶଙ୍କରଲିଙ୍ଗମ୍‌ଙ୍କ କହିବାନୁସାରେ, କେରଳରେ ସାଧାରଣତଃ କୁକୁଡାମାନଙ୍କୁ କୁରୁନଥୋଟ୍ଟି  (Sida Cordifolia ) ନାମକ ଏକ ପ୍ରକାର ଔଷଧୀୟ ଗଛକୁ ଖାଇବାକୁ ଦିଆଯାଇଥାଏ। ଏହି କାରଣରୁ କୁକୁଡ଼ା ଅଣ୍ଡାର କେଶରର ରଙ୍ଗ ବଦଳି ସବୁଜ ରଙ୍ଗ ହୋଇଯାଇଥାଏ।

ସମ୍ବନ୍ଧିତ ଖବର