ଖିଚ୍‌ଡି ଇତିହାସ: କେମିତି ପାଲଟିଛି ଭାରତୀୟଙ୍କ ପ୍ରିୟ ଖାଦ୍ୟ!

ଖାଦ୍ୟ ସବୁବେଳେ ଦେଶର ଇତିହାସ ଏବଂ ପରମ୍ପରାକୁ ପ୍ରତିଫଳିତ କରିଥାଏ । ସବୁ ଦେଶରେ କିଛି ନା କିଛି ନିଆରା ଖାଦ୍ୟ ଥାଏ, ଯାହାକି ସେହି ଦେଶକୁ ସାରା ବିଶ୍ୱରେ ପ୍ରସିଦ୍ଧ କରାଇଥାଏ । ଦେଶର ପ୍ରତି ରାଜ୍ୟରେ ଲୋକମାନଙ୍କର ଚାଲିଚଳଣଠାରୁ ଆରମ୍ଭ କରି ବେଶ ପୋଷାକରେ ପାର୍ଥକ୍ୟ ଦେଖାଯାଏ । ସେହିଭଳି ପ୍ରତି ରାଜ୍ୟର ଖାଦ୍ୟ ତିଆରି କରିବାର ପ୍ରଣାଳୀ ମଧ୍ୟ ଭିନ୍ନ । ଗୋଟେ ପ୍ରକାରର ଖାଦ୍ୟକୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରରେ ତିଆରି କରାଯାଇଥାଏ । ସେଥିମଧ୍ୟରୁ ଖିଚ୍‌ଡି ଅନ୍ୟତମ। ସବୁ ରାଜ୍ୟରେ ଏହାକୁ ବିଭିନ୍ନ ପର୍ବପର୍ବାଣୀରେ ଖିଆଯାଉଥିବା ବେଳେ ତିଆରି କରିବାର ପ୍ରଣାଳୀ  ଅଲଗା ହୋଇଥାଏ ।

ଗୁଜୁରାଟରେ ଖିଚ୍‌ଡିକୁ ମସାଲାଯୁକ୍ତ ଦହି ସହିତ ଖାଉଥିବା ବେଳେ ତାମିଲନାଡୁରେ ଘିଅ ସହ ଖାଇଥାନ୍ତି । ତାମିଲନାଡୁର ପ୍ରସିଦ୍ଧ ପର୍ବ ପୋଙ୍ଗଲରେ ଏହାକୁ ଘିଅ ମିସାଇ ତିଆରି କରାଯାଏ । ହିମାଚଳ ପ୍ରଦେଶରେ ଚଣା ଏବଂ ଶିମ୍ବ ମିଶାଇ ଖିଚ୍‌ଡି ତିଆରି କରୁଥିବା ବେଳେ କର୍ଣ୍ଣାଟକରେ ହଳଦୀ, ଭୃସଙ୍ଗ ପତ୍ର, ଶୁଖିଲା ନଡ଼ିଆ ଏବଂ ପରିବା ମିଶାଇ ତିଆରି କରାଯାଏ । ପଶ୍ଚିମବଙ୍ଗର ଦୁର୍ଗାପୂଜାରେ ଏହା ଏକ ପ୍ରସିଦ୍ଧ ଖାଦ୍ୟ ଭାବେ ଜଣାଶୁଣା। ସେଥିରେ ସେମାନେ  ବିଭିନ୍ନ ପ୍ରକାରର ପରିବା ମିଶାଇ ରାନ୍ଧିଥାନ୍ତି ।

କିନ୍ତୁ ପ୍ରଶ୍ନ ଉଠେ କେବେ ଏବଂ କିପରି ଏହା ଭାରତର ପ୍ରମୁଖ ଖାଦ୍ୟମାନଙ୍କ ଭିତରେ ସ୍ଥାନ ପାଇଥିଲା। ଇତିହାସ ଅନୁସାରେ, ଖିଚ୍‌ଡି ଭାରତର ବହୁତ ପୁରୁଣା ଖାଦ୍ୟା ପ୍ରଥମେ ଏହାକୁ ‘ଖିସା’ ବୋଲି କୁହାଯାଉଥିଲା । ଚତୁର୍ଦଶ ଦଶକରେ ଭାରତ ଭ୍ରମଣରେ ଆସିଥିବା ପ୍ରସିଦ୍ଧ ମୋରକ୍‌ନ ପର୍ଯ୍ୟଟକ ଆଇବିଏନ୍‌ ବଟୁଟା ପ୍ରଥମେ ଏହାକୁ ‘କିଶ୍‌ରି’ ନାମ ଦେଇଥିଲେ। ଚାଉଳ ସହିତ ଶିଝାଇବା ପରେ ଲହୁଣୀ ମିଶାଇ ଏହାକୁ ତିଆରି କରାଯାଉଥିଲା । ମୋଗଲମାନେ ଏହାକୁ ପସନ୍ଦ କରିବା ପରେ ଏହା ମଧ୍ୟଯୁଗୀୟ ଭାରତରେ ଏକ ପ୍ରସିଦ୍ଧ ଖାଦ୍ୟ ହୋଇଯାଇଥିଲା ।

ପ୍ରସିଦ୍ଧ ଖାଦ୍ୟ ଐତିହାସିକ କେଟି ଆଚ୍ଛାୟା ତାଙ୍କ ବହି ‘ଦ ଷ୍ଟୋରି ଅଫ୍‌ ଆଓ୍ଵାର ଫୁଡ’ ରେ ଲେଖିଛନ୍ତି ଯେ ଜାହାଙ୍ଗୀର ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବାରୁ ଖିଚ୍‌ଡିକୁ ‘ଲଜିଜାନ’ ନା ଦେଇଥିଲେ । ଖିଚ୍‌ଡିକୁ ପ୍ରସିଦ୍ଧ କରିବାରେ ଜାହାଙ୍ଗୀରଙ୍କ ଭୂମିକା ପ୍ରଶଂସନୀୟ ଥିଲା ବୋଲି ସେ ଲେଖିଛନ୍ତି ।

ଔରଙ୍ଗ୍‌ଜେବ, ଯିଏକି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ ସେ ମଧ୍ୟ ଖିଚ୍‌ଡିରେ ମାଛ ଏବଂ ଅଣ୍ଡା ମିଶାଇ ଖାଉଥିଲେ । ପରେ ପରେ ଏହାକୁ ବ୍ରିଟିଶ ମାନଙ୍କ ଦ୍ୱାରା ‘କେଡେଗ୍ରୀ’ ନାମରେ ନାମିତ କାରାଗଲା । ଧୀରେ ଧୀରେ ଏହା ପ୍ରସିଦ୍ଧ ହେବାରେ ଲାଗିଲା । ଏବେ ଏହା ଭାରତର ପ୍ରସିଦ୍ଧ ଖାଦ୍ୟ ଭାବେ ଜଣାଯାଉଛି ।

 

 

ସମ୍ବନ୍ଧିତ ଖବର