ଜିରୋ ବାଲାନ୍‌ସ ଆକାଉଣ୍ଟଧାରୀ ଜାଣନ୍ତୁ କିଛି ଜରୁରୀ ସୂଚନା, ନହେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ!

ସମସ୍ତଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ମୋଦି ସରକାର ଜନଧନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଜିରୋ ବାଲାନ୍‌ସରେ ବ୍ୟାଙ୍କରେ ଖାତା ଖୋଲିପାରିବେ। ଖାସକରି ଗରିବ ଲୋକଙ୍କୁ ଦୃଷ୍ଟିରେ ରଖି ମୋଦି ସରକାର ଏଭଳି ନିଷ୍ପତ୍ତି ନେଇଥିଲେ। ସବୁଠୁ ବଡ଼ କଥା ହେଲା, ଜନଧନ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ରଖିବାକୁ କୌଣସି ପ୍ରତିବନ୍ଧକ ନାହିଁ। ଆପଣ ଏହି ଆକାଉଣ୍ଟକୁ ବିନା ବାଲାନ୍‌ସରେ ମଧ୍ୟ ଚଳାଇପାରିବେ। କେବଳ ଜନଧନ ଆକାଉଣ୍ଟ ନୁହେଁ ବରଂ ଅନ୍ୟ ବ୍ୟାଙ୍କ ଗୁଡ଼ିକ ମଧ୍ୟ ଜିରୋ ବାଲାନ୍‌ସ ଆକାଉଣ୍ଟ ଖୋଲିବାକୁ ସୁବିଧା ଦେଉଛନ୍ତି।

ଏହି ଜିରୋ ବାଲାନ୍‌ସ ଆକାଉଣ୍ଟ ଗ୍ରାହକଙ୍କୁ ଯେତିକି ସୁବିଧା ପ୍ରଦାନ କରୁଛି ତାହା ଠାରୁ ଅଧିକ ଅସୁବିଧା ସୃଷ୍ଟି କରୁଛି। ଏହି ଜିରୋ ବାଲାନ୍‌ସ ଆକାଉଣ୍ଟରେ ଯଦି ଖାତାଧାରକ ମାସକୁ ୪ ଥରରୁ ଅଧିକ ଟ୍ରାଞ୍ଜାକସନ କରୁଥାନ୍ତି ତେବେ ସେହି ଗୋଟିଏ ମାସ ପାଇଁ ବ୍ୟାଙ୍କ ଏହି ଆକାଉଣ୍ଟକୁ ଲକ୍‌ କରିଦେଇଥାଏ। ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ବା ଲକ୍‌ ହେବା ଅର୍ଥ ହେଲା ଆପଣ ସେହି ମାସକ ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ ନାହିଁ। ଉଦାହରଣ ଅନୁଯାୟୀ, ଯଦି ଆପଣ କୌଣସି ମାସର ପ୍ରଥମ ୧୦ ଦିନରେ ଜିରୋ ଆକାଉଣ୍ଟରେ ୪ଥର ଟ୍ରାଞ୍ଜାକସନ କରିଥାନ୍ତି ତେବେ ୫ଥରକୁ ଏହି ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ। ଟଙ୍କା ଉଠାଇବା ପାଇଁ ଆଗାମୀ ମାସକୁ ଅପେକ୍ଷା କରିବାକୁ ପଡ଼ିବ।

ଜାତୀୟ ଗଣମାଧ୍ୟମରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ, କିଛି ବ୍ୟାଙ୍କ ଏବେ ଜିରୋ ଆକାଉଣ୍ଟକୁ ନିୟମିତ ସେଭିଙ୍ଗସ ଆକାଉଣ୍ଟରେ ବଦଳାଇବା ପ୍ରକିୟା ଆରମ୍ଭ କରିଛନ୍ତି। ଏଚଡ଼ିଏଫସି ଓ ସିଟି ବ୍ୟାଙ୍କର କହିବା ଅନୁଯାୟୀ, ଜିରୋ ଆକାଉଣ୍ଟଧାରୀ ମାସକୁ ୫ଥର ଟ୍ରାଞ୍ଜାକସନ କରିବା ମାତ୍ରେ ଏହି ଆକାଉଣ୍ଟକୁ ରେଗୁଲାର ସେଭିଙ୍ଗସ ଆକାଉଣ୍ଟକୁ ପରିବର୍ତ୍ତନ କରିଥାନ୍ତି। ଏହି ଖାତା ଗୁଡ଼ିକ ସେଭିଙ୍ଗସ ଆକାଉଣ୍ଟରେ ପରିବର୍ତ୍ତନ ହେବା ପରେ ଗ୍ରାହକଙ୍କୁ ସର୍ବନିମ୍ନ ଜମା ରାଶି ରଖିବାକୁ ପଡ଼ିଥାଏ। ନଚେତ ଗ୍ରାହକଙ୍କୁ ପେନାଲ୍‌ଟି ଦେବାକୁ ପଡ଼ିଥାଏ।

ସୂଚନା ଅନୁଯାୟୀ, ଜନ ଧନ ଆକାଉଣ୍ଟଧାରୀ ମାସକୁ ସର୍ବାଧିକ ୪ ଥର ବିନା କୌଣସି ଶୁଳ୍କରେ ଟଙ୍କା ଉଠାଇ ପାରିବେ। ଯେହେତୁ ୪ଥର ଟଙ୍କା ଉଠାଣରେ କୌଣସି ଶୁଳ୍କ ଲାଗିନଥାଏ ତେଣୁ ଏହାପରେ ଟଙ୍କା ଉଠାଇଲେ ଆକାଉଣ୍ଟକୁ ଫ୍ରିଜ କରି ଦିଆଯାଇଥାଏ। ଲୋକମାନେ ଜିରୋ ବାଲାନ୍‌ସ ଆକାଉଣ୍ଟ ଏଥିପାଇଁ ଖୋଲିଥାନ୍ତି କାରଣ ନା ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିଥାଏ ନା ଏଥିରେ ସର୍ବନିମ୍ନ ଟଙ୍କା ଜମା କରିବାକୁ ପଡ଼ିଥାଏ। କିନ୍ତୁ ୪ଥର ଟଙ୍କା ଉଠାଣ ପରେ ଆକାଉଣ୍ଟ ଫ୍ରିଜ କରିବା ହେତୁ ଆପଣଙ୍କ ଦରକାରୀ ସମୟରେ ମଧ୍ୟ ଟଙ୍କା ନ ଉଠାଇବା ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ସମ୍ବନ୍ଧିତ ଖବର