୧୮ ବର୍ଷ ପରେ ମିଳିଲା ହଜି ଯାଇଥିବା ମହିଳାଙ୍କ କ୍ଲାସ୍‌ ରିଙ୍ଗ୍‌, ଫେସ୍‌ବୁକ ପୋଷ୍ଟ୍‌ ଜରିଆରେ ବ୍ୟକ୍ତ କଲେ ଖୁସି

ଜାକ୍‌ସନଭିଲେ: ଅନେକ ସମୟରେ ଆମେ ନିଜର ପ୍ରିୟ ଜିନିଷଟିକୁ ହରାଇ ଭାରକ୍ରାନ୍ତ ହୋଇ ପଡ଼ିଥାଉ। ହଜିଗଲା ପରେ ଜିନିଷଟିର ଗୁରୁତ୍ବ ଆହୁରି ବେଶି ବଢ଼ି ଯାଇଥାଏ। ମାତ୍ର ଥରେ ଭାବନ୍ତୁ ତ ଯଦି ଆପଣ ହଜାଇଥିବା ଆପଣଙ୍କ ପ୍ରିୟ ଜିନିଷଟି ଅନେକ ବର୍ଷ ପରେ ପୁଣି ଥ‌ରେ ଆପଣଙ୍କୁ ମିଳିିଯାଉଛି ତ ? ଏକ ଚମତ୍କାର ଘଟିଗଲା ବୋଲି ଅନୁଭବ ହେବ ନାହିଁ?

ଯାହାବି ହେଉ, ପୂର୍ବରୁ ବି ଏପରି ଅନେକ ଥର ଘଟିଛି। ନିକଟରେ ଜଣେ ମହିଳା ୧୮ ବର୍ଷ ତଳେ ହଜି ଯାଇଥିବା ତାଙ୍କର କ୍ଲାସ୍‌ ରିଙ୍ଗ୍‌କୁ ଫେରି ପାଇବା ପରେ ତାଙ୍କ ଖୁସିର ସୀମା ନାହିଁ। ମହିଳା ଜଣକ ନିଜ ହଜିଲା ମୁଦିକୁ ଫେରି ପାଇବା ପରେ ତାହାକୁ ଫେସ୍‌ବୁକ୍‌ରେ ପୋ‌ଷ୍ଟ୍‌ କରିଛନ୍ତି। ମହିଳା ଜଣକ ୨୦୦୨ ମସିହାରେ ତାଙ୍କ ମୁଦିକୁ ହରାଇ ଦେଇଥିବା ବେ‌େଳେ ୨୦୨୦ ମସିହାରେ ତାହାକୁ ଫେରି ପାଇଛନ୍ତି।

ମୁଦିରେ ମହିଳାଙ୍କ ନାମ ଲେଖାଯାଇଛି। ଫ୍ଲୋରିଡା ସମୁଦ୍ରକୂଳରେ ସେ ତାଙ୍କ ମୁଦିକୁ ହଜାଇ ଦେଇଥିଲେ। ସେ ‌ତାଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‌‌ରେ ଲେଖିଛନ୍ତି ଯେ ପୁଲିସ୍‌ ତାଙ୍କର ସ୍କୁଲ ପଢ଼ା ଓ ଗ୍ରାଜୁଏସନ୍‌ କେଉଁ ମସିହାରେ ହୋଇଥିଲା ତାହା ପଚାରି ନିଶ୍ଚିତ ହେବା ପରେ ମହିଳାଙ୍କୁ ତାଙ୍କ ମୁଦି ସମର୍ପି ଥିଲେ। ମହିଳା ଜଣକ ଦୀର୍ଘ ୧୮ ବର୍ଷ ପରେ ନିଜର କ୍ଲାସ୍‌ ରିଙ୍ଗ୍‌ ପାଇବା ପରେ ଖୁସିରେ ଆତ୍ମହରା ହୋଇ ଉଠିଥିଲେ। ପୁଲିସ୍‌ ଅଧିକାରୀ ଜଣକ ମହିଳାଙ୍କ ଘରକୁ ଆସି ତାଙ୍କୁ ତ‌ାଙ୍କ ହଜିଥିବା ମୁଦି ଦେଇ ଯାଇଛନ୍ତି ବୋଲି ମହିଳା ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର