ଭାରତରେ ରହିଛି ଏପରି ଏକ ଗ୍ରାମ; ଯେଉଁଠାରେ ସ୍ତ୍ରୀ ଗର୍ଭବତୀ ହେଲେ ସ୍ୱାମୀ କରନ୍ତି ଦ୍ୱିତୀୟ ବିବାହ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ!
ଜୟପୁର (ରାଜସ୍ଥାନ): ବିବାହ ପରେ ମାତୃତ୍ୱ ଜଣେ ମହିଳାର ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥାଏ । କିନ୍ତୁ ଭାରତର ରାଜସ୍ଥାନର ବାଡ଼ମେର ଗ୍ରାମରେ ମାତୃତ୍ୱ ମହିଳାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିଥାଏ । କାରଣ ଏଠାରେ ଗର୍ଭବତୀ ହେବା ପରେ ମହିଳାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥାନ୍ତି । ଏହି ପରମ୍ପରା ବହୁକାଳରୁ ଚାଲ ଆସିିଥିବା ବେଳେ ମହିଳାମାନେ ଏହା ବିଷୟରେ ଜାଣି ମଧ୍ୟ ବିବାହ କରିବାକୁ ରାଜି ହୋଇଥାନ୍ତି । ତେବେ ରାଜସ୍ଥାନର ଏପରି ପରମ୍ପରା ପଛରେ ରହିଛି ଏକ ବିଚିତ୍ର କାରଣ!
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକୃତରେ କଥା ହେଉଛି ରାଜସ୍ଥାନର ବାଡ଼ମେର୍ ଗ୍ରାମରେ ବହୁ ମାତ୍ରାରେ ଜଳ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଗ୍ରାମର ମହିଳାମାନେ ବହୁବାଟ ଚାଲିଚାଲି ଯାଇ ମାଠିଆରେ ପାଣି ଭରି ଘର ପାଇଁ ଆଣିଥାନ୍ତି । ଯେଉଁ ପାଣିରେ ଘରର ରୋଷେଇ ହେବା ସହ ସମସ୍ତ କାମ ହୋଇଥାଏ । ଏଣୁ ମହିଳାମାନେ ଗର୍ଭବତୀ ହେବା ମାତ୍ରେ ଘରେ ଆଉ ଜଣେ ମହିଳାଙ୍କର ଆବଶ୍ୟକତା ପଡ଼ିଥାଏ । ଯାହା ଫଳରେ ପୁରୁଷମାନେ ୨-୩ ଥର ବିବାହ କରିବାକୁ ବାଧ୍ୟ ହୋଇଥାନ୍ତି । ରାଜସ୍ଥାନରେ ଏହି ପରମ୍ପରା ବହୁ କାଳରୁ ଚାଲି ଆସୁଥିବା ବେଳେ କେହି ମଧ୍ୟ ଏହାକୁ ପରିବର୍ତ୍ତନ କରିବା ବିଷୟରେ ଏଯାବତ୍ ଚିନ୍ତା କରି ନାହାନ୍ତି କିମ୍ବା କୌଣସି ପ୍ରକାରର ପଦକ୍ଷେପ ନେଇନାହାନ୍ତି।