୧୬ଘଣ୍ଟାରେ ଏଭଳି କାମ କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି ଡିଏମଆରସିର କର୍ମଚାରୀ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ରେଳ କର୍ପ‌ୋରେସନ ((ଡିଏମଆରସି)ର ଜଣେ କର୍ମଚାରୀ ସମସ୍ତ ମେଟ୍ରୋ ଷ୍ଟେସନରେ ସବୁଠାରୁ ଦ୍ରୁତ ଗତିରେ ଯାତ୍ରା କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି ଦିଲ୍ଲୀ ମେଟ୍ରୋ ଦାବି କରିଛି। ସୋସିଆଲ ମିଡିଆ ହ୍ୟାଣ୍ଡେଲର ଏକ ପୋଷ୍ଟରେ, ଦିଲ୍ଲୀ ମେଟ୍ରୋ ଏକ ମେଟ୍ରୋ ଷ୍ଟେସନର ପ୍ଲାଟଫର୍ମରେ ଠିଆ ହୋଇଥିବା ବେଳେ କର୍ମଚାରୀଙ୍କ ଫଟୋ ସେୟାର କରିଛି।

ଡିଏମଆରସି ଲେଖିଛି, ‘ଡିଏମଆରସିର କର୍ମଚାରୀ ପ୍ରଫୁଲ୍ଲ ସିଂ ସମସ୍ତ ମେଟ୍ରୋ ଷ୍ଟେସନର ଦ୍ରୁତତମ ଯାତ୍ରା କରି ରେକର୍ଡ ସୃଷ୍ଟି କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡ ପ୍ରମାଣପତ୍ର ମିଳିଛି। ସେ ପ୍ରଥମ ବ୍ୟକ୍ତି ଭାବରେ ମାତ୍ର ୧୬ ଘଣ୍ଟା ୨ ମିନିଟରେ ୩୪୮ କିଲୋମିଟର ଦୂରତା ଅତିକ୍ରମ କରି ୨୫୪ ଷ୍ଟେସନ୍ ଭ୍ରମଣ କରିଛନ୍ତି। ପ୍ରଫୁଲ୍ଲଙ୍କ ଏହି କାମ ପାଇଁ ଡିଏମଆରସି ପରିବାର ଗର୍ବିତ ।

 

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ୱେବସାଇଟ୍ ପ୍ରଫୁଲ୍ଲ ସିଂଙ୍କ ପୋଷ୍ଟ ସେୟାର କରିଛି। ଯେଉଁଥିରେ ପ୍ରଫୁଲ୍ଲ କହିଛନ୍ତି, ‘ମୁଁ ଦୀର୍ଘ ଦିନ ଧରି ଦିଲ୍ଲୀ ମେଟ୍ରୋ ବ୍ୟବହାର କରୁଛି, ତେଣୁ ମୋତେ ସମସ୍ତ ଲାଇନ ବିଷୟରେ ସଠିକ ଭାବେ ଜଣାଥିଲା। । ମୋର ଯୋଜନା ଥିଲା କେଉଁ ଷ୍ଟେସନ ଏବଂ ଲାଇନରୁ ମୋତେ ଯାତ୍ରା ଆରମ୍ଭ ଏବଂ ଶେଷ କରିବାର ଅଛି। ଯାହାଦ୍ବାରା ମୁଁ ମୋର ରେକର୍ଡକୁ ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରିପାରିବି |’

ସମ୍ବନ୍ଧିତ ଖବର