ମାତ୍ର ୯୨ ପଇସା ଖର୍ଚ୍ଚ କଲେ ମିଳିବ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ!

ମାତ୍ର ୯୨ ପଇସା ଖର୍ଚ୍ଚ କଲେ ମିଳିବ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ଏହା ପାଇବାକୁ ହେଲେ ଆପଣଙ୍କୁ ଗୋଟିଏ ଛୋଟ କାମ କରିବାକୁ ପଡ଼ିବ। ଯାହାଦ୍ୱାରା ଆପଣ ଏହି କ୍ଷତିପୂରଣର ଲାଭ ଉଠାଇ ପାରିବେ। ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଟ୍ରାଭେଲ ଇନସ୍ୟୁରାନ୍‌ସ କରିବାକୁ ଆଦୌ ଭୁଲନ୍ତୁ ନାହିଁ। କାରଣ ଏହା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିବ। ସବୁଠାରୁ ବଡ କଥା ହେଲା ମାତ୍ର ୯୨ ପଇସାରେ ଆପଣ ଏହି ଇନସ୍ୟୁରାନ୍‌ସର ଲାଭ ଉଠାଇ ପାରିବେ। ତେବେ ଏଭଳି ପରିସ୍ଥିତିରେ ଯଦି ଆପଣଙ୍କର କୌଣସି ଜିନିଷର ଆବଶ୍ୟକତା ରହିଛି ସେ ହେଲା ସୂଚନା ଏବଂ ସଚେତନତା।

ସୂଚନା ମୁତାବକ, ନିକଟରେ ଲଗାତର ଭାବେ ଘଟିଯାଇଥିବା ରେଳ ଦୁର୍ଘଟଣା ଲୋକଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି। ଏସବୁ ଦୁର୍ଘଟଣାରେ ନା ହିଁ ଖାଲି ଲୋକଙ୍କର ଜୀବନ ଯାଇଛି ତାହା ନୁହେଁ ବରଂ ଅଧିକ ସଂଖ୍ୟକ ଯାତ୍ରୀ ଭନ୍ନକ୍ଷମ ମଧ୍ୟ ହୋଇ ଯାଇଛନ୍ତି। ଯେଉଁଥିପାଇଁ ଏଥିରେ ଲୋକଙ୍କୁ ସାମିଲ କରିବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି।

ସାଧାରଣତଃ ଆଇଆରସିଟିସିର ୱେବସାଇଟରେ ଟିକେଟ୍‌ ବୁକ୍‌ କରିବା ସମୟରେ ସମସ୍ତ ଡିଟେଲ୍‌ସ ଦେବା ସମୟରେ ଆଇଆରସିଟିସି ପ୍ୟାସେଂଜର ଟ୍ରାଭେଲ ଇନସ୍ୟୁରାନ୍‌ସ ସ୍କିମର ଅପସନ ଆପଣା ଛାଏଁ ସିଲେକ୍ଟ ହୋଇଯାଇଥାଏ। ଯଦିଓ ସିଲେକ୍ଟ ନକରିବାର ବିକଳ୍ପ ଉପରେ କ୍ଲିକ୍‌ କରି ଆପଣ ଏହାକୁ ଗ୍ରହଣ ମଧ୍ୟ ନକରିପାରନ୍ତି। ଯଦି କୌଣସି ବ୍ୟକ୍ତି ଏହି ଅପସନଟିକୁ ସିଲେକ୍ଟ କରନ୍ତି ତେବେ ତାଙ୍କ ସହିତ ବାକି ଯାତ୍ରୀଙ୍କୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ ହେବାକୁ ବାଧ୍ୟ ହେବେ।

ତେବେ ଟ୍ରେନ ଟ୍ରାଭେଲ ଇନସ୍ୟୁରାନ୍‌ସ ପାଇଁ ଆପଣଙ୍କୁ ମାତ୍ର ୯୨ ପଇସା ଦେବାକୁ ପଡିବ। ଯେଉଁଥିରେ ସମସ୍ତ ଟ୍ୟାକ୍ସ ମଧ୍ୟ ସାମିଲ ହୋଇଥାଏ । ଏହି ଇନସ୍ୟୁରାନ୍‌ସ ଟ୍ରେନରେ ବସିବାଠାରୁ ଆରମ୍ଭ କରି ଯାତ୍ରୀ ନିଜର ଗନ୍ତବ୍ୟସ୍ଥଳରେ ପହଂଚିବା ପର୍ଯ୍ୟନ୍ତ ଭ୍ୟାଲିଡ୍‌ ହୋଇଥାଏ। ୯୨ ପଇସାର ଏହି ପ୍ରିମିୟମ ଆପଣଙ୍କ ଟିକେଟରେ ଯୋଡି ହୋଇଯାଇଥାଏ ଏବଂ ଏଥିରେ କ୍ୟାନସେଲ କିମ୍ବା ରିଫଣ୍ଡର କୌଣସି ବିକଳ୍ପ ଦିଆଯାଇନଥାଏ।

ଟ୍ରାଭେଲ ଇନସ୍ୟୁରାନ୍‌ସ ପରିସରରେ ଟ୍ରେନ ଦୁର୍ଘଟଣା, ଆତଙ୍କବାଦୀ ଆକ୍ରମଣ, ଚୋରି, ଲୁଟ୍‌, ଫାୟାରିଂ ଭଳି ଘଟଣାରେ ମୃତ୍ୟୁ ଘଟିଲେ କିମ୍ବା ଶାରୀରିକ ଅକ୍ଷମତାରୁ ଆରମ୍ଭ କରି ଜିନିଷ ଚୋରି ଆଦି ସବୁକିଛି ଆସିଥାଏ।

୫ ବର୍ଷରୁ କମ୍‌ ବର୍ଷ ବୟସର ପିଲା ଏହି ବୀମାର ଅନ୍ତଭୂକ୍ତ ହୋଇପାରିବେ ନାହିଁ। ଏହି ବୀମା ଆଧାରରେ ମୃତ୍ୟୁ ହେବା ଦ୍ୱାରା ୧୦ ଲକ୍ଷ, ସ୍ଥାୟୀ ବିକଳାଙ୍ଗ ହେବା ଦ୍ୱାରା ମଧ୍ୟ ୧୦ ଲକ୍ଷ, ଆଂଶିକ ବିକଳାଙ୍ଗ ହେବା ଦ୍ୱାରା ସାଢେ ସାତ ଲକ୍ଷ, ହସ୍ପିଟାଲାଜସେନ ପାଇଁ ୨ ଲକ୍ଷ ଟଙ୍କା ମିଳିବାର ନିୟମ ରହିଛି।

ତେବେ ବୀମା ନେଇଥିବା ବ୍ୟକ୍ତି କିମ୍ବା ନୋମିନି ନିକଟସ୍ଥ ବୀମା କଂପାନୀର କାର୍ଯ୍ୟାଳୟକୁ ଯାଇ ଦୁର୍ଘଟଣା ଘଟିଥିବା ୪ ମାସ ମଧ୍ୟରେ କ୍ଲେମ କରିପାରିବେ ଆଉ ଏଥିପାଇଁ ଯାହାବି ପ୍ରମାଣପତ୍ର ରହିଥିବ ସେସବୁକି ବି ସାଥିରେ ନେଇ ଯିବାକୁ ହେବ। ତେବେ ଯାଇ ଆପଣଙ୍କୁ କ୍ଷତିପୂରଣ ମିଳିପାରିବ।

ସମ୍ବନ୍ଧିତ ଖବର