‘ଓ୍ଵାର୍ଲଡ  ଫୁଡ୍‌ ଇଭେଣ୍ଟ’ରେ ୮୦୦କେ.ଜିର ଖିଚ୍‌ଡି ରୋଷେଇ କଲେ ସେଫ୍‌ ସଂଜୀବ୍‌ କପୁର!

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ଆରମ୍ଭ ହୋଇଥିବା‘ଓ୍ଵାର୍ଲଡ  ଫୁଡ୍‌ଇଭେଣ୍ଟ’ରେ ୮୦୦ କିଲୋଗ୍ରାମର ଖିଚ୍‌ଡି ରୋଷେଇ କରିଛନ୍ତି ଭାରତର ପ୍ରସିଦ୍ଧ ସେଫ୍‌ ସଂଜୀବ୍‌ କପୁର । ଖିଚ୍‌ଡିକୁ ଇଣ୍ଡିଆର ବ୍ରାଣ୍ଡ ଫୁଡ୍‌ କରିବା ପାଇଁ ସଂଜୀବ କପୁର ଏହି ପ୍ରୟାସ କରିଛନ୍ତି । ଏହାକୁ ତିଆରି କରିବା ପାଇଁ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ୭ଫୁଟ୍‌ ଡାୟାମିଟରର କଢ଼ାଇ ବ୍ୟବହାର କରାଯାଇଥିଲା । ଏହାକୁ ଗ୍ରେଟ ଇଣ୍ଡିଆ ଫୁଡ୍‌ ଷ୍ଟ୍ରିଟ୍‌ ର ଅମ୍ବାସାଡର ସଂଜୀବ୍‌ କପୁର ତିଆରି କରିଥିଲେ । ତିନି ଦିନ ଚାଲିବାକୁ ଥିବା ଏହି ଇଭେଣ୍ଟ୍‌ର ପ୍ରଥମ ଦିନରେ ୬୦,୦୦୦ ଅନାଥ ପିଲାଙ୍କୁ ଖିଚ୍‌ଡି ଖାଇବାକୁ ଦିଆଯାଇଥିଲା ।

ଖିଚ୍‌ଡି ହେଉଛି ଏମିତି ଏକ ଖାଦ୍ୟ ଯାହାକୁ ସବୁ ବର୍ଗର ଲେକ ଖାଇବାକୁ ଭଲପାଆନ୍ତି । ଏହା ଭାରତର ସବୁ ରାଜ୍ୟରେ ବିଭିନ୍ନ ପ୍ରଣାଳୀରେ ତିଆରି କରାଯାଇଥାଏ ବୋଲି କହିଛନ୍ତି ଫୁଡ୍‌ ପ୍ରୋସେସିଙ୍ଗ୍‌ ମିନିଷ୍ଟର ହରସିମରତ୍‌ କୌର । ଚାଉଳ,ପରିବା,ଘିଅ, ନଡ଼ିଆ ଏବଂ ଖିରରେ ଦ୍ୱାରା ଏହି ଖିଚ୍‌ଡି ତିଆରି କରାଯାଇଥାଏ । ଏହା ଏକ ସ୍ୱାସ୍ଥ୍ୟକର ଖାଦ୍ୟ ହୋଇଥିବା ବେଳେ ପ୍ରତି ବିଭିନ୍ନ ରାଜ୍ୟରେ ଏହା ଭିନ୍ନ ସ୍ୱାଦରେ ମିଳିଥାଏ । ଲୋକମାନେ ନିଜ ପସନ୍ଦ ଅନୁସାରେ ଏହାକୁ ତିଆରି କରିଥାନ୍ତି ।

 

ସମ୍ବନ୍ଧିତ ଖବର