ପଞ୍ଚୁକର ପଞ୍ଚମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ “ଡାଳିକିଆ” ବା “ଶ୍ରୀଲକ୍ଷ୍ମୀ ନୃସିଂହ” ବେଶ

ପୁରୀ : ରବିବାର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ତଥା ପଞ୍ଚୁକ ର ପଞ୍ଚମ ଦିବସରେ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ “ଡାଳିକିଆ” ବା “ଶ୍ରୀଲକ୍ଷ୍ମୀ-ନୃସିଂହ” ବେଶ ଏବଂ “ଶରତ – ରାହାସ” ନୀତି ଅନୁଷ୍ଠିତ ହୋଇଅଛି । ନୀତି ନିର୍ଘଣ୍ଟ ପ୍ରକାରେ ମହାପ୍ରଭୁଙ୍କ ପୂର୍ବ ରାତ୍ର ପହୁଡ଼ ରାତ୍ର ଘ.୧.୦୦ ଟାରେ ହୋଇ ଆଜି ପ୍ରାତଃ ଘ.୫.୨୦ ମି.ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଭିତରଛୁ ମହାପାତ୍ରଙ୍କ ଦ୍ୱାରା ସମ୍ପନ୍ନ ହେଲାପରେ, ଭିତର ଶୋଧ ପ୍ରାତଃ ଘ.୫.୫୫ ମି ରେ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସକାଳ ଘ.୬.୦୫ ମିରେ ସମ୍ପନ୍ନ ହେବାପରେ,ମଇଲମ ଘ.୬.୧୦ ମି ରେ ବଢି, ତଡପ ଲାଗି ଘ.୬.୪୫ ମି ରେ ହୋଇଥିଲେ , ଏହାପରେ ଅବକାଶ ପୂଜା , ଘ.୬.୫୦ ମି ରେ ଆରମ୍ଭ ହୋଇ ଘ.୭.୧୫ ମି ରେ ଅବକାଶ ପୂଜା ସମ୍ପୂର୍ଣ୍ଣ ପରେ ମହାପ୍ରଭୁଙ୍କ ମଇଲମ ଘ.୭.୨୦ ରେ ଶେଷ ହେବାପରେ, ମହାପ୍ରଭୁଙ୍କ “ଶ୍ରୀଲଷ୍ମୀ ନୃସିଂହ” ବା “ଡାଳିକିଆ” ବେଶ ଆରମ୍ଭ ହୋଇଥିଲା ।

ଏହି ବେଶ ପୁଷ୍ପାଳକ ସେବାୟତମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ଏହି “ଡାଳିକିଆ” ବା “ଶ୍ରୀଲଷ୍ମୀ ନୃସିଂହ” ବେଶରେ ଠାକୁରମାନଙ୍କ ଶ୍ରୀମସ୍ତକରେ ଭଣ୍ଡା ଚୂଳ, ସ୍ଵର୍ଣ୍ଣ କିଆ, ଫଳି ପ୍ରବୃତ୍ତି ଲାଗିହୋଇ ଏହି ବେଶ ହୋଇଥିଲା , ଏଥିରେ ବିଭିନ୍ନ  ପ୍ରକାର ସୁବର୍ଣ୍ଣ ମାଳି,ଶଙ୍ଖ,ଚକ୍ର,ହଳ,ମୂଷଳ, ଶ୍ରୀଭୁଜ,ଶ୍ରୀପୟର ଲାଗି କରାଯାଇଥିଲା । ବିଶେଷକରି ଶୋଲ,ଜାରି, ଓ ରଙ୍ଗ କରାଯାଇ ସୁନ୍ଦର ଫୁଲ ମାନ ଶ୍ରୀମସ୍ତକରେ ସଜ୍ଜା ଯାଇଥିଲା , ଏହି ଡାଲିରେ ମଝିରେ ମଝିରେ ଠିଆ ପାଖୁଡା ଆକୃତିର ସ୍ଵର୍ଣ୍ଣ କିଆ ଖଞ୍ଜା ଯାଇଥିଲା, ଏହି ବେଶକୁ ପୁରୀର ବଡଛତା ମଠ,ଜେଜେରାମ ମଠ ଓ ଅନେକ ନୃସିଂହ ଉପାସକ ମଠ ମହନ୍ତମାନେ ଏହି ବେଶ ଦର୍ଶନ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି । ଏହି ବେଶ ଗୋପାଳ ବଲ୍ଲଭ,ବାଳ ଭୋଗ ଓ ସକାଳଧୂପ ପର୍ଯ୍ୟନ୍ତ ରହିଥାଏ ।

ମହାପ୍ରଭୁଙ୍କ ଏହି ମନୋରମ ବେଶ ସମ୍ପୂର୍ଣ୍ଣ ହେବା ପୂର୍ବରୁ ରୋଷ ହୋମ ଘ.୭.୫୫ ମି ରେ ବଢି ସୂର୍ଯ୍ୟ ପୂଜା ଘ.୯.୩୫ ଏବଂ ଦ୍ୱାରପାଳ ପୂଜା ଘ.୯.୪୫ ମି ରେ ସମ୍ପର୍ଣ୍ଣ ହୋଇଥିଲା , ଏହା ପରେ ଗୋପାଳବଲ୍ଲଭ ପୂଜା ଘ.୯.୩୫ ମି ରେ ଆରମ୍ଭ ହୋଇ ,ଗୋପଲବଲ୍ଲବ ପୂଜା ଘ.୧୦.୧୫ ମି ରେ ଶେଷ ହୋଇଥିଲା । ଏହାପରେ ସକାଳଧୂପ ଛେକ ଘ.୧୦.୩୫ ରେ ଡାକିଯାଇ ଥିଲେ ଏବଂ ସକାଳଧୂପ ଘ.୧୧.୩୫ ରେ ସମ୍ପୂର୍ଣ୍ଣ ପରେ ପ୍ରସାଦ ବାହାରି ଘ.୧୧.୪୫ମି ରେ ପାଣି ପଡିଥିଲା, ଏହାପରେ ବାଳଧୂପ ଘ.୧୨.୦୦ ଟା ରେ ଡାକିଯାଇ,ବାଳଧୂପ ଛେକ, ଭୋଗମଣ୍ଡପ ଘ.୧୨.୦୫ ରେ ଉଠିଥିଲା ,ବାଳଧୂପ ଶେଷ ଘ.୧୨.୩୦ ରେ ସମ୍ପୂର୍ଣ ହେବାପରେ, ବାଳଧୂପ ପ୍ରସାଦ ବାହାରି ଘ.୧୨.୪୦ ମି ରେ ପାଣି ପଡିବା ପରେ ମହାପ୍ରଭୁଙ୍କ “ଶ୍ରୀଲକ୍ଷ୍ମୀ ନୃସିଂହ” ବେଶ ଉଲାଗି ହୋଇଥିଲା । ଏହାପରେ ଭୋଗମଣ୍ଡପ ପୂଜା ଶେଷ ପରେ ମଇଲମ ହୋଇ ବେଶ ଶେଷ ହେଲାପରେ ମଧ୍ୟାହ୍ନ ଧୂପ, ମଧ୍ୟାହ୍ନ ଧୂପ ଶେଷ ହୋଇ ପାଣି ପଡି, ଦୁତୀୟ ଭପଗମଣ୍ଡପ ଶେଷ ପରେ, ଦକ୍ଷିଣୀ ଘର ଭୋଗ ହୋଇଥିଲା ।

ଏହାପରେ ମହାପ୍ରଭୁଙ୍କ ମଇଲମ ହୋଇ ବେଶ ପରେ ସନ୍ଧ୍ୟା ଆଳତି, ଏବଂ ସନ୍ଧ୍ୟା ଧୂପ ପରେ, ସନ୍ଧ୍ୟା ଧୂପ ପ୍ରସଦବାହାରି ପାଣି ପଡିଲା ପରେ “ଗୋପୀ ତିଳକ” ଶରତ ରାସ ନିମନ୍ତେ ଦଖିଣି ଘରୁ “ଶ୍ରୀମଦନମୋହନ “ଭିତର ସିଂହାସନକୁ ବିଜେ ହୋଇ ଥିଲେ, ପୂଜା ପଣ୍ଡା ସାମନ୍ତେ ଆସି ଶ୍ରୀଲକ୍ଷ୍ମୀ , ଶ୍ରୀମଦନମୋହଙ୍କୁ ଆଜ୍ଞାମାଳ ଲାଗି କରାଇଲାପରେ ମହାଜନେ ଠାକୁର,ଠାକୁରାଣୀଙ୍କୁ ବିଜେ କରାଇ ଜଗମୋହନ ଖଟ ଉପରେ ବିଜେ କରାଇଥିଲେ,ସେଠାରେ ଭୋଗ, ବନ୍ଦାପନା ବଢିବାପରେ, ଶ୍ରୀ ମଦନମୋହନ ଦଖିଣି ଘରକୁ, ଏବଂ ମା’ ଲକ୍ଷ୍ମୀ ରତ୍ନସିଂହାସନକୁ ବିଜେ କରିଥିଲେ । ଏହାପରେ ମହାପ୍ରଭୁଙ୍କ ମଇଲମ,ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ଏବଂ ରାତ୍ରପହୁଡ଼ ହେବ ।।

ସମ୍ବନ୍ଧିତ ଖବର