ମ୍ୟାଗନେଟ୍‌ ମ୍ୟାନ୍‌ : ଏହି ଯୁବକଙ୍କ ଶରୀର ଚୁମ୍ବକ ଭଳି ସବୁ ଜିନିଷକୁ ନିଜ ଆଡ଼କୁ ଆକର୍ଷିତ କରେ

ସେମିତି ଦେଖିବାକୁ ଗଲେ ଦେଶରେ ଚମତ୍କାର ଲୋକମାନଙ୍କର ଅଭାବ ନାହିଁ । ଯଦି ଆମେ ଖୋଜିବାକୁ ବାହାରିବା ତେବେ ଅନେକ ସ୍ଥାନରେ ଏମିତି ଲୋକ ମିଳିଯିବେ ଯେଉଁମାନେ ସାଧାରଣ ଲୋକମାନଙ୍କଠାରୁ ଭିନ୍ନ ହୋଇଥିବେ । ସେମାନଙ୍କ ଚାଲିଚଳଣିଠାରୁ ଆରମ୍ଭ କରି କାର୍ଯ୍ୟ କରିବାର ଶୈଳୀ ଅଦ୍ଭୁତ ହୋଇଥାଏ ।
ପୂର୍ବରୁ ଆମେ ଆପଣଙ୍କୁ ଅନେକ ଅଦ୍ଭୁତ ଲୋକଙ୍କ ବିଷୟରେ ଜଣାଇଛୁ, ଯାହା ବିଷୟରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ। ତେବେ ଆଜି ଆମେ ଜଣାଇବୁ ଜଣେ ଚୁମ୍ବକୀୟ ମଣିଷଙ୍କ ବିଷୟରେ । ଏବେ ଆପଣ ଭାବୁଥିବେ ମଣିଷ କିପରି ଚୁମ୍ବକୀୟ ହୋଇପାରିବ । କିନ୍ତୁ ଏହା ସତ୍ୟ । ସିକାଗୋରେ ରହୁଥିବା ୪୭ବର୍ଷିୟ ଜେମୀ କିଟନଙ୍କୁ ସେଠାକାର ଲୋକମାନେ ଚୁମ୍ବକୀୟ ମଣିଷ ବୋଲି କହୁଥିବା ଜଣା ପଡ଼ିଛି । କାରଣ ଚୁମ୍ବକରେ ସବୁ ଜିନିଷ ଲାଗିଯିବା ଭଳି ଜେମୀଙ୍କ ଶରୀରରେ ସବୁ ଜିିିିନିଷ ଲାଗି କରି ରହିଯାଏ । ବୋତଲ,କେନ୍‌ ,ମୋବାଇଲ ଫୋନ ଭଳି ଜିନିଷ ତାଙ୍କ ଶରୀରର ଆଖ ପାଖକୁ ଆସିବା ପରେ ଆକର୍ଷିତ ହୋଇ ଲାଗି ଯାଇଥାଏ ।
ତାଙ୍କୁ ୭ବର୍ଷ ହୋଇଥିବା ବେଳେ ତାଙ୍କ ପାଖରେ ଏଭଳି ଅଦ୍ଭୁତ ଶକ୍ତି ଅଛି ବୋଲି ଜଣା ପଡ଼ିଥିଲା । ଖେଳୁଥିବା ବେଳେ ତାଙ୍କ ଶରୀରରେ ଖେଳନାଗୁଡ଼ିକ ଲାଗି ରହି ଯାଇଥିଲା । ୨୦୧୬ରେ ନିଜ ମୁଣ୍ଡରେ ସେ ୮ଟି କେନ୍‌ ଲଗାଇଥିବା ବେଳେ ତାଙ୍କର ଏହି ଉପଲବ୍ଧି ପାଇଁ ତାଙ୍କ ନାମ ଗିନିଜ୍‌ ଓ୍ଵାର୍ଲଡ଼ ବୁକ୍‌ରେ ମଧ୍ୟ ସ୍ଥାନ ପାଇଥିଲା । ଆଉ ଏକ ଅସାଧାରଣ କଥା ହେଲା ତାଙ୍କ ଶରୀରର ତାପମାତ୍ରା ସବୁବେଳେ ୧୦୦ଡ଼ିଗ୍ରି ସେଲ୍‌ସିୟସ ରହିଥାଏ । ସେ କୌଣସି ରୋଗରେ ପୀଡ଼ିତ ବୋଲି ଲୋକମାନେ କହୁଥିବା ବେଳେ ଡ଼ାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି । ଜେମୀ ପୁରାପୁରି ସୁସ୍ଥ ଏବଂ ତାଙ୍କ ଶରୀରର ତାପମାତ୍ରା ଏଭଳି କାହିଁକି ତାହା ଏକ ରହସ୍ୟ ବୋଲି ଡ଼ାକ୍ତର କହିଛନ୍ତି ।

ସମ୍ବନ୍ଧିତ ଖବର