ପିତାଙ୍କ ସହ ଘର ଛାଡ଼ିଥିବା ବାଳକ ୪୧ବର୍ଷ ଧରି ଗଛ ଉପରେ ରହୁଥିଲା, ମୂଷା ମାଂସ ଖାଉଥିଲା

ଭିଏତନାମା: ଭିଏତନାମା ଜଙ୍ଗଲରେ ଦୁଇ ମଣିଷ ଗଛ ଉପରେ ରହିବା ସହିତ ଜଙ୍ଗଲରୁ ଜୀବଜନ୍ତୁ ମାଂସ ଖାଇ ବଞ୍ଚିଥିଲେ। ଏକ ଭିଡିଓ ଜରିଆରେ ଦେଖିବାକୁ ମିଳିଛି ଯେ, ୪୪ବର୍ଷର ହୋ ବାନ ଲାଙ୍ଗ ଟ୍ରେ ଟ୍ରା ଡିଷ୍ଟିକ୍‌ ଜଙ୍ଗଲରେ ୪୧ବର୍ଷ ଧରି ମୂଷା ଧରିବା ସହିତ ତାକୁ ପୋଡି ଖାଉଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭିଏତ୍‌ନାମାରେ ହୋଇଥିବା ଯୁଦ୍ଧ ସମୟରୁ ଲାଙ୍ଗ ତାଙ୍କ ପିତା ହୋ ବାନ ଥାହ୍ନଙ୍କ ସହିତ ନିଜର ଗାଁକୁ ଛାଡି ଚାଲି ଆସିଥିଲେ। ତାଙ୍କ ପିତା ଭିଏତନାମା ସେନାରେ ଚାକିରି କରିଥିଲେ। ତେବେ ଆମେରିକାରେ ହୋଇଥିବା ବୋମା ବିସ୍ଫୋରଣରେ ଲାଙ୍ଗ ତାଙ୍କ ମା’ ସହିତ ଦୁଇ ଭାଇ-ଭଉଣୀଙ୍କୁ ହରାଇଥିଲେ। ଲାଙ୍ଗ ପିତାଙ୍କ ଭୟ ଥିଲା କି ଫ୍ରାନ୍ସ ଫାଇୟରିଂରେ ଦୁହିଁଙ୍କ ମୃତ୍ୟୁ ନହୋଇ ଯାଉ। ଏହାପରେ ଲାଙ୍ଗଙ୍କ ପିତା ଏହି ନିଷ୍ପତ୍ତି ନେଇଥିଲେ। ସେବେଠାରୁ ଦୁହେଁ କେଉଁ ଆଡେ ଉଭେଇ ଯାଇଥିଲେ ଯେ ତାଙ୍କ ସମ୍ପର୍କରେ କାହାରି ପାଖରେ କିଛି ଖବର ନଥିଲା। ବାପା-ଝିଅ ଦୁହେଁ ଆସି ଜଙ୍ଗଲରେ ବନ୍ୟାଜନ୍ତୁ ଭଳି ଗଛ ଉପରେ ବସାବନ୍ଧି ରହୁଥିଲେ। ଜୀବଜନ୍ତୁଙ୍କ ଚମଡ଼ା ଓ ଗଛର ଛାଲକୁ ପରିଧାନ କରୁଥିଲେ।

ଦୁହିଁଙ୍କୁ ପ୍ରଥମଥର ସ୍ଥାନୀୟଅଞ୍ଚଳର କେତେଜଣ ଲୋକ ୨୦୧୩ ମସିହାରେ ଜଙ୍ଗଲରେ ଦେଖିବାକୁ ପାଇଥିଲେ। ଏହାପରେ ଦୁହେଁ ଧୀରେଧୀରେ ସମାଜ ସହିତ ମିଶାବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଲାଙ୍ଗ ଜଙ୍ଗଲ ପାଖରେ ବନାଇଥିବା ଏକ ଘରେ ରହୁଛନ୍ତି।

ସମ୍ବନ୍ଧିତ ଖବର