ମାର୍ବଲ ଗ୍ରାମ ଭାବେ ପ୍ରସିଦ୍ଧ ସାଉଦି ଆରବ ଅନ୍ତର୍ଗତ ଧି ଆନ୍‌

ସାଉଦି ଆରବ ଅନ୍ତର୍ଗତ ଧି ଆନ୍‌ ବା ଆକାବାତ୍‌ ଆଲ୍‌-ବାହା ‘ମାର୍ବଲ ଗ୍ରାମ’ ଭାବେ ପ୍ରସିଦ୍ଧ। ଗ୍ରାମକୁ ଯାଇଥିବା ରାସ୍ତାରେ ଆଗେଇଲେ ପ୍ରାୟ ପନ୍ଦର କିଲୋମିଟର‌୍‌ ଦୂରରୁ ଗାଁ ସ୍ପଷ୍ଟ ଦୃଶ୍ୟମାନ ହୁଏ। ଦିବାଲୋକରେ ଝଲସୁଥିବା ଯୋଗୁଁ ତାହାକୁ ଦେଖିହୁଏ। ଗାଁର କୌଣସି ଘର ମାର୍ବଲ ପଥରରେ ତିଆରି ହୋଇନାହିଁ। ଘରଗୁଡ଼ିକ ଚୂନ ପଥରରେ ତିଆରି। ତେବେ ଯେଉଁ ପାହାଡ଼ ଉପରେ ଗାଁଟି ଅବସ୍ଥିତ, ତାହାର ରଙ୍ଗ ଶୁଭ୍ର। ତେଣୁ ଧି ଆନ୍‌କୁ ମାର୍ବଲ ଗ୍ରାମ କୁହାଯାଏ।

atlasobscura.com

ଚାରି ଶହ ବର୍ଷ ପୁରୁଣା ଏହି ଗାଁରେ ଏକଦା ୧୦୦୧ଟି ମିନାର ଏବ˚ ଜନବସତି ଥିଲା। ଚାଳିଶ ବର୍ଷ ହେଲା ସେଠାରେ କେହି ରହୁନାହାନ୍ତି। ଘରଗୁଡ଼ିକ ସ˚ପୂର୍ଣ୍ଣ ବିପଦ ସଂକୁଳ ଅବସ୍ଥାରେ। ଆଜିକାଲି କେବଳ ପର୍ଯ୍ୟଟକ ଧି ଆନ୍‌ ଭ୍ରମଣରେ ଆସୁଥିବା ପ୍ରକାଶ।

ସମ୍ବନ୍ଧିତ ଖବର