ବିଶ୍ୱର ପ୍ରଥମ ଘରୋଇ କ˚ପ୍ୟୁଟର‌୍‌ ସ˚ଗ୍ରହାଳୟ

ବ୍ୟକ୍ତିଗତ ଉଦ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକାର ମୋଣ୍ଟାନାରେ ଜର୍ଜ‌୍‌ କେରିମେଡ୍‌ଜେଭ୍‌ ଏବ˚ ତାଙ୍କ ପତ୍ନୀ ବାର୍ବରା ଚଳାଉଛନ୍ତି ବିଶ୍ୱର ପ୍ରଥମ କ˚ପ୍ୟୁଟର‌୍‌ ସ˚ଗ୍ରହାଳୟ। ଗଲା କୋଡ଼ିଏ ବର୍ଷ ହେଲା ବିନା ସରକାରୀ ସାହାଯ୍ୟରେ ଏହା ଚାଲିଛି। ପ୍ରାୟ ଛଅ ହଜାର ବର୍ଗ ଫୁଟ୍‌ ପରିମିତ ସ୍ଥାନରେ ହଜାରେରୁ ଅଧିକ ପ୍ରାଚୀନ କ˚ପ୍ୟୁଟର‌୍‌ ସେଠାରେ ପ୍ରଦର୍ଶିତ ହେଉଛି। ସେମାନଙ୍କ ପାଖରେ ଯେଉଁସବୁ ପୁରୁଣା କ˚ପ୍ୟୁଟର‌୍‌ ଅଛି, ସେସବୁର ବ୍ୟବହାର କେଉଁ କାଳୁ ବନ୍ଦ ହୋଇସାରିଲାଣି। ତେବେ, ପୁରୁଣା କ˚ପ୍ୟୁଟର‌୍‌ର ରୂପ କିପରି ଥିଲା ଏବ˚ ସେଗୁଡ଼ିକର କ୍ଷମତା କଣ ଥିଲା ଜାଣିବା ପାଇଁ ବହୁ ପରିଦର୍ଶକ ନିୟମିତ ଆସୁଛନ୍ତି। କେରିମେଡ୍‌ଜେଭ୍‌ ଦମ୍ପତି ମଧ୍ୟ ଆଗ୍ରହର ସହ ପରିଦର୍ଶକଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି। ସେମାନଙ୍କ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି- ୧୯୫୬ର ବରୋ ମଡେଲ୍‌ କ˚ପ୍ୟୁଟର‌୍‌ ଯାହାର ଲମ୍ବ ଷାଠିଏ ଫୁଟ୍‌ ଏବ˚ ଚଉଡ଼ା ଛଅ ଫୁଟ, ୧୯୬୪ର ଆପୋଲୋ ଗାଇଡାନ୍‌ସ କ˚ପ୍ୟୁଟର‌୍‌, ଯାହା ମାଧ୍ୟମରେ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ।

ସମ୍ବନ୍ଧିତ ଖବର