ମୋବାଇଲ୍‌ ଚୋରି ହୋଇଛି କି ? ଡେରି ନ କରି ଡ଼ାଏଲ୍‌ କରନ୍ତୁ ଏହି ହେଲ୍ପଲାଇନ୍‌ ନମ୍ବର

ନୂଆଦିଲ୍ଲୀ : ବର୍ତ୍ତମାନ ସମସ୍ତଙ୍କ ଜୀବନରେ ମୋବାଇଲ୍‌ ଏକ ଜରୁରୀ ଜିନିଷ ପାଲିଟିଛି। ପ୍ରାୟତଃ ସବୁ ଜରୁରୀକାଳିନ କାର୍ଯ୍ୟ ମୋବାଇଲ ଦ୍ୱାରା ହିଁ ସମ୍ଭବପର ହୋଇଥାଏ । ତେବେ ଅନେକ ସମୟରେ ମୋବାଇଲ୍‌ ହଜିବା ଦ୍ୱାରା ହଠାତ୍‌ କ’ଣ କରାଯିବ ତାହାର ଉପାୟ ଦିଶି ନଥାଏ । ପ୍ରଥମତଃ ମୋବାଇଲ୍‌ରେ ଥିବା ଜରୁରୀ ତଥ୍ୟ କୌଣସି ଭୁଲ ହାତକୁ ଯାଉ ତାହାର ଚିନ୍ତା ରହିଥାଏ । ଏହି ସମୟରେ ପୁଲିସ୍‌ ଅଭିଯୋଗ କରିବା ଏବଂ ମୋବାଇଲ୍‌ରେ ଗଚ୍ଛିତ ସମସ୍ତ ଡ଼ାଟା ସୁରକ୍ଷିତ ରଖିବା ପାଇଁ ବହୁ ଧାଁଦୌଡ଼ ହେବାକୁ ପଡ଼ିଥାଏ । ତେବେ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି ମୋଦି ସରକାର । ମୋବାଇଲ୍‌ ହଜିବାର ଅଭିଯୋଗ ପ୍ରକ୍ରିୟାକୁ ସହଜ କରିବାକୁ ଯାଇ ଏକ ହେଲ୍ପଲାଇନ୍‌ ନମ୍ବର ୧୪୪୨୨ ଜାରି କରିାଯାଇଛି । ଆସନ୍ତୁ ଜାଣିବା କ’ଣ ରହିଛି ଏହି ନମ୍ବରର ଉପକାରିତା ।

iPleaders Blog

କେନ୍ଦ୍ର ସରକାରଙ୍କ ତରଫରୁ ମୋବାଇଲ୍‌ ଚୋରିର ଅଭିଯୋଗ କରିବା ପାଇଁ ଏକ ହେଲ୍ପଲାଇନ୍‌ ଆରମ୍ଭ କରାଯାଇଛି । ଏହି ନମ୍ବରକୁ ଡ଼ାଏଲ୍‌ କରି ଆପଣ ମୋବାଇଲ୍‌ ହଜିବା ଅଭିଯୋଗ କରିବା ସହ ତୁରନ୍ତ ଆପଣଙ୍କ ସିମ୍‌ ଏବଂ ମୋବାଇଲ୍‌ ଲକ୍‌ କରିପାରିବେ । ଏହାପରେ ସ୍ଥାନୀୟ ପୁଲିସ ଏବଂ ମୋବାଇଲ କମ୍ପାନୀ ଆପଣଙ୍କ ମୋବାଇଲ୍‌କୁ ଖୋଜିବା ଆରମ୍ଭ କରିବେ । ଯାହା ଦ୍ୱାରା ଆପଣଙ୍କ ହଜିଥିବା ମୋବାଇଲ୍‌ ମିଳିବାର ସମ୍ଭାବନା ଅଧିକ ରହିବ ।
ଦୂରସଞ୍ଚାର ମନ୍ତ୍ରାଳୟ ମେ ମାସର ଶେଷ ଆଡ଼କୁ ପରୀକ୍ଷାମୂଳକ ଭାବେ ମହାରାଷ୍ଟ୍ରରେ ଏହାକୁ ଆରମ୍ଭ କରିବାକୁ ଯାଉଛନ୍ତି । ଦେଶର ଅନ୍ୟ ୨୧ଟି ଦୂରସଞ୍ଚାର ସର୍କଲରେ ଅଲଗା-ଅଲଗା ସ୍ତରରେ ଡ଼ିସେମ୍ବର ସୁଦ୍ଧା ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ଏହା ସହ ହଜି ଯାଇଥିବା ଏବଂ ଚୋରି ହୋଇଥିବା ମୋବାଇଲ୍‌କୁ ଖୋଜି ପାଇବା ପାଇଁ ସେଣ୍ଟା୍ରଲ ଇକ୍ୟୁପ୍‌ମେଣ୍ଟ ଆଇଡ଼େଣ୍ଟିଟି ରେଜିଷ୍ଟର (ସିଇଆଇଆର)ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର