ପଶ୍ଚିମ ଆଫ୍ରିକା, ୱେଷ୍ଟ୍ ଇଣ୍ତିଜ୍ ଏବ˚ ହେଇଟି ଭଳି କେତେକ ଅଞ୍ଚଳରେ ପାର˚ପରିକ ତାନ୍ତ୍ରିକ ବା ଗୁଣିଆମାନେ ବିଷାକ୍ତ ନିଶା-ଦ୍ରବ୍ୟ ଓ ଗୁଣି-ଗାରଡ଼ି ଦ୍ବାରା ମଣିଷକୁ ସାମୟିକ ଭାବେ ମୃତ କରି, ପରେ ଜୀବନ ଫେରାଇଆଣୁଥିବା ବିଶ୍ବାସ କରାଯାଏ। ସେମାନଙ୍କ ତନ୍ତ୍ର ବିଦ୍ୟା ‘ଭୁଡୁ’ ଭାବେ କୁଖ୍ୟାତ। ଭୁଡୁ ପ୍ରୟୋଗ ଦ୍ବାରା ସେମାନେ ସୃଷ୍ଟି କରୁଥିବା ମଣିଷଙ୍କୁ ‘ଜୋଂବି’ କହାଯାଏ। ‘ଜୋଂବି’ର ଅର୍ଥ ଜୀବନ୍ତ-ମୃତ ବା ଯିଏ ନା ପୂରା ଜୀବିତ ନା ପୂରା ମୃତ। ମାର୍କିନ୍ ରୋମାଞ୍ଚକର ସାହିତ୍ୟ ଓ ସିନେମା ଦୁନିଆ ପାଇଁ ଏହି ଶବ୍ଦଟି କିଛି ନୂଆ ନୁହେଁ। ୧୯୬୮ରେ ମୁକ୍ତିଲାଭ କରିଥିଲା, ଏହି ବିଷୟ ଉପରେ ଆଧାରିତ ପ୍ରଥମ ହଲିଉଡ୍ ଫିଲ୍ମ ଥିଲା ‘ନାଇଟ୍ ଅଫ୍ ଦ ଲିଭିଂ ଡେଡ୍’। ଜୀବନ୍ତ-ମୃତମାନେ ଏକ ଅଞ୍ଚଳରେ ସ˚ପୂର୍ଣ୍ଣ ଭାବେ ଛାଇଯାଇ ନାନା ଉତ୍ପାତ କରୁଥିବା ସେଥିରେ ଦେଖାଯାଇଥିଲା। ଏହି ବିଷୟ ଉପରେ ଅଦ୍ୟାବଧି ଶତାଧିକ ସିନେମା ତିଆରି ସରିଛି ଏବ˚ ଏବେ ବି ତିଆରି ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଧିକା˚ଶ ହଲିଉଡ୍ ନିର୍ମାତା-ନିର୍ଦେଶକଙ୍କ ପାଇଁ ଜୋଂବି ହେଉଛି ଗଳିତ-ବିକୃତ, ଏକ ଜୀବନ୍ତ ଶବ, ଯାହାକୁ ସ˚ଭବତଃ ବାସ୍ତବ ଜୀବନରେ କେହି ଦେଖି ନ ଥିବେ। କିନ୍ତୁ, ବାସ୍ତବ ଦୁନିଆରେ ଜୋଂବି ଥିବା କିଛି ନୃତତ୍ତ୍ବ ବିଜ୍ଞାନୀ ବିଶ୍ବାସ କରନ୍ତି। ‘ଜୋଂବି’ ଶବ୍ଦଟି ଆସିଛି, ଆଂଗୋଲାର ବାକଂଗୋ ସ˚ପ୍ରଦାୟର ଭାଷାର ଏକ ଶବ୍ଦ ‘ଏନ୍ଜାଂବି’ରୁ, ଯାହାର ଅର୍ଥ ‘ମୃତ ବ୍ୟକ୍ତିର ଆତ୍ମା’। ପଶ୍ଚିମ ଆଫ୍ରିକା ଏବ˚ ହେଇଟିର ଗୁଣିଆମାନେ ଏକ ପ୍ରକାରର ବିଷାକ୍ତ ମାଛର ବିଷକୁ ମଣିଷ ଶରୀରରେ ଏ ଭଳି ଚତୁରତାର ସହ ପ୍ରୟୋଗ କରିପାରନ୍ତି, ଯେପରିକି ସେ ମରିଯିବା ଭଳି ଲାଗେ; କିନ୍ତୁ, ପ୍ରକୃତରେ ମରି ନ ଥାଏ। ଡାକ୍ତରମାନେ ସୁଦ୍ଧା ଧରିପାରନ୍ତିନାହିଁ। ଅନ୍ତିମ ସ˚ସ୍କାର ସାରି, ମରି ନ ଥିବା ମଣିଷକୁ କବର ଦେଇଦିଆଯାଏ। ପରେ ଭୁଡୁ କରୁଥିବା ଗୁଣିଆ କବର ଖୋଳି, ମଣିଷକୁ ବାହାରକରିନେଇ ଦାସ ଭାବେ ଖଟାଏ। ଏ ଭଳି ମଣିଷକୁ କହାଯାଏ ‘ଜୋଂବି’, ଯିଏ ବିଷ ପ୍ରଭାବରେ, କିଛି ଜାଣିପାରେନାହିଁ କି ଅନୁଭବ କରିପାରେନାହିଁ।
ଆମେରିକାର ନୃତତ୍ତ୍ବ ବିଜ୍ଞାନୀ ୱଡ୍ ଡାଭିସ୍ ଏହି ବିଷୟ ଉପରେ ‘ଦ ସର୍ପାଣ୍ଟ୍ ଆଣ୍ତ୍ ଦ ରେନ୍ବୋ’ ନାମକ ବହିଟିଏ ଲେଖିଛନ୍ତି। ସେ ନିଜେ ଏକାଧିକ ଜୋଂବିଙ୍କ ସ˚ସ୍ପର୍ଶରେ ଆସିଥିବା ଏହି ବହିରେ ବର୍ଣ୍ଣନା କରିଛନ୍ତି। ୧୯୬୨ରେ ନାର୍ସିସ୍ ନାମକ ବ୍ୟକ୍ତିଙ୍କୁ ହେଇଟିରେ ମୃତ ଘୋଷିତ କରି କବର ଦିଆଯାଇଥିଲା। ହଠାତ୍ ଅଠର ବର୍ଷ ପରେ ସେ ଘରକୁ ଫେରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ତାଙ୍କୁ ଜୋଂବି ବନାଇ ଜଣେ ତାନ୍ତ୍ରିକ ଖେତରେ ଖଟାଇଥିବା ସେ କେବଳ ମନେପକାଇପାରିଥିଲେ। ତାଙ୍କ କାହାଣୀକୁ ବିଶ୍ବାସ କରୁ ନ ଥିବା ଡାକ୍ତରମାନେ, ତାଙ୍କ ଶରୀରରେ ଟେଟ୍ରୋଡୋଟକ୍ସିନ୍ ନାମକ ବିଷ ଚିହ୍ନଟ କରିଥିଲେ। ଏହି ବିଷ ମଣିଷର ବୃଦ୍ଧିଜନିତ ସମସ୍ତ ରାସାୟନିକ ପ୍ରକ୍ରିୟାକୁ ଅତି ଧୀର କରିପାରେ। ଫଳତଃ, କ୍ଷୁଧା-ତୃଷ୍ଣା ଆଦି ହୁଏନାହିଁ। ମଣିଷ କିଛି ଅନୁଭବ କରିପାରେନାହିଁ କି ବିଚଳିତ ହୁଏନାହିଁ। ଯନ୍ତ୍ରବତ୍ କେବଳ ଦିଆଯାଇଥିବା ନିର୍ଦେଶ ମାନିଚାଲେ। ତେବେ, ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ବିଜ୍ଞାନ ଏ ଭଳି ରହସ୍ୟମୟ ବ୍ୟାପାରକୁ ଗ୍ରହଣ କରିନାହିଁ।