୬୦ବର୍ଷରେ ଏହି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲାଣି ୨୦୦୦ବିମାନ ! ଏହା ପଛର ରହସ୍ୟ ଜାଣି ପାରି ନାହାନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ : ଯେପରି ଆଣ୍ଟଲାଟିକ ମହାସାଗରରେ ଥିବା ବରମୁଡ଼ା ଟ୍ରାଙ୍ଗେଲ ନିଜର ରହସ୍ୟ ପାଇଁ ଜଣାଶୁଣା, ଠିକ ସେଭଳି ଭାବରେ ନେଓ୍ଵାଡ଼ାରେ ଥିବା ଏହି ଅଞ୍ଚଳକୁ ସବୁଠାରୁ ବିପଦ ସଙ୍କୁଳ ବୋଲି କୁହାଯାଏ । ଏଠାରେ ଘଟୁଥିବା ଘଟଣା ପାଇଁ ଏହାକୁ ନେଓ୍ଵାଡ଼ା ଟ୍ରାଙ୍ଗେଲ ମଧ୍ୟ କୁହାଯିବା ସାମ୍ନାକୁ ଆସିଛି।

ପଶ୍ଚିମ ଆମେରିକାର ରେନୋ, ଫ୍ରେସ୍‌ନୋ ଏବଂ ଏସ୍‌ ଭେଗସ ମଧ୍ୟରେ ଥିବା ଏହି ଅଞ୍ଚଳ ଉପର ଦେଇ ଯାଉଥିବା ସବୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଗତ ୬୦ବର୍ଷ ହେଲାଣି ଏହି ବାଟ ଦେଇ ଯାଇଥିବା ୨୦ହଜାର ବିମାନ ଦୁର୍ଘଟଣାର ଶିକାର ହେବା ସହ ଅନେକ ଲୋକ ପ୍ରାଣ ହରାଇଛନ୍ତି ।

Daily Express

କୁହାଯାଏ କି ଏହି ବାଟ ଦେଇ ଯାଉଥିବା ବିମାନକୁ ନେଓ୍ଵାଡ଼ା ଟ୍ରାଙ୍ଗେଲ ନିଜ ଆଡ଼କୁ ଟାଣିଥାଏ । ଯାହାଦ୍ୱାରା ବିମାନ ପାହାଡ଼ରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଏପରି ଘଟଣା ଏବେ ବୈଜ୍ଞାନିକ ଏବଂ ବିଭିନ୍ନ ଦେଶର ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ପଛର ରହସ୍ୟ କ’ଣ କାହାକୁ ଜଣା ନ ଥିବା ବେଳେ ବରମୁଡା ଟ୍ରାଙ୍ଗେଲ ଭଳି ଏଠାରେ ମଧ୍ୟ ମାଧ୍ୟାକର୍ଷଣ ପ୍ରବଳ ହୋଇ ଥିବାରୁ ଏପରି ଘଟଣା ଘଟୁଥିବା କହିଛନ୍ତି ବୈଜ୍ଞାନିକ । ଏଠାରେ ନିଖୋଜ ହୋଇଥିବା କୌଣସି ବିମାନର ପତ୍ତା ମିଳି ପାରି ନ ଥିବା ବେଳେ ଦେଶ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର