ଏହି କାରଣରୁ ଓଲା ସ୍କୁଟରକୁ ଗଧ ପିଠିରେ ବାନ୍ଧି ସହର ସାରା ବୁଲୁଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଏକ ଓଲା ଇଲେକ୍ଟ୍ରିକ୍ ସ୍କୁଟର କିଣିଥିଲେ। ଏହି ସ୍କୁଟର କିଣିବାର କିଛିଦିନ ପରେ ତାହା ବନ୍ଦ ହୋଇଯାଇଥିଲ। ଏହା ପରେ ଉକ୍ତ ବ୍ୟକ୍ତି ଜଣକ ଓଲା କମ୍ପାନିରେ ଅଭିଯୋଗ କରିଥିଲେ। ଅଭିଯୋଗ ପ‌ରେ ବି ତାଙ୍କୁ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ମିଳିଲା ନଥିଲା। ଏହାପରେ କ୍ରୋଧରେ ଆସି ବ୍ୟକ୍ତି ଜଣକ ଏମିତି କାମ କରିଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଓଲା ଇଲେକ୍ଟ୍ରିକ୍ ସ୍କୁଟରକୁ ଏକ ଗଧ ପିଠିରେ ବାନ୍ଧି ସହର ସାରା ବୁଲିଥିଲେ। ତାଙ୍କର ଏହି ଅନନ୍ୟ ବିରୋଧ ଲୋକଙ୍କ ନଜରକୁ ଆସିଥିଲା ଏବଂ ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏଭଳି ଏକ ମାମଲା ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଘଟିଛି। ବିଡ୍ ଜିଲ୍ଲାରେ ଜଣେ ବ୍ୟକ୍ତି ଓଲା ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ବିରକ୍ତ ହେବା ପରେ ଏଭଳି ନିଆରା ବିରୋଧ କରିଥିଲେ।

ବିଡ୍ ଜିଲ୍ଲାର ସଚିନ୍ ଗିଟେ ଏକ ସ୍କୁଟରକୁ ଗଧର ପିଠିରେ ବାନ୍ଧି ପୋଷ୍ଟର-ବ୍ୟାନର ସହିତ ସହର ସାରା ବୁଲିଥିଲେ। ସେ ଏପରି କରି କମ୍ପାନି ଉପରେ ଭରସା ନକରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ।

ଏହି ସ୍କୁଟରକୁ ୨୦୨୧ ମସିହା ସେପ୍ଟେମ୍ବରରେ ସଚିନ୍ ଗିଟ୍ଟେ ବୁକ୍ କରିଥିଲେ ଏବଂ ୨୦୨୨ ମାର୍ଚ୍ଚ୨୪ରେ ଏହାକୁ କିଣିଥିଲେ। ସ୍କୁଟର କିଣିବାର ୬ଦିନ ପରେ ଏହା ଷ୍ଟାର୍ଟ ହୋଇ ନଥିଲା। ସେ ଏହାର ଅଭିଯୋଗ କମ୍ପାନିକୁ ଜଣାଇଥିଲେ, କିନ୍ତୁ କମ୍ପାନି ପକ୍ଷରୁ କୌଣସି କର୍ମଚାରୀ ସ୍କୁଟର ଠିକ କରିବାକୁ ଆସି ନଥିଲେ କି ସଚିନଙ୍କ ଅଭି‌ଯୋଗର ସନ୍ତୋଷଜନକ ଉତ୍ତର ଦେଇ ନଥିଲେ।

 

ସମ୍ବନ୍ଧିତ ଖବର