ବିବାହରେ ବ୍ୟକ୍ତିଙ୍କ ନାଚ ଦେଖି ଲୋକେ କହିଲେ ଏମିତି ନାଚ ଆଗରୁ ଦେଖିନଥିଲୁ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଆପଣ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ। ସେଥିମଧ୍ୟରୁ କିଛି ଭିଡିଓକୁ ଦେଖିବା ପରେ ଆପଣଙ୍କ ଓଠରେ ହସ ଆସିଯିବ ନିଶ୍ଚୟ। ଆମେ ଆଜି ଆପଣଙ୍କୁ ସେହିପରି ଏକ ଭିଡିଓ ଦେଖାଇବୁ। ଏକ ବିବାହ ଉତ୍ସବରେ ଜଣେ ବ୍ୟକ୍ତି ଯେଉଁପରି ଭାବେ ମାଧୁରୀଙ୍କ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ତାହାକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ୍‌ କରିବାରେ ଲାଗିଛନ୍ତି ଯେ ‘ଇଏ ମାଧୁରୀଙ୍କ ଠାରୁ ଆଦୌ କମ୍‌ ନୁହଁନ୍ତି’।

ଏବେ ତ ବିବାହ ଋତୁ ଆସିଯାଇଛି। ଏହି ଅବସରରେ ଲୋକେ ଖୁବ୍‌ ଉପଭୋଗ କରିବାରେ ଲାଗିଛନ୍ତି। ଉକ୍ତ ବ୍ୟକ୍ତି ଜଣକ ବି ଜମେଇକି ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛନ୍ତି। ତାଙ୍କ ନୃତ୍ୟ ଦେଖି କେହି କେହି ତାଙ୍କୁ ମାଧୁରୀଙ୍କ ପରି ନାଚୁଛନ୍ତି ବୋଲି କହିଥିବା ବେଳେ ଆଉ କେହି କମେଣ୍ଟ୍‌ ଦେଇଛନ୍ତି କି ମାଧୁରୀ ବି ଫେଲ୍‌ ହୋଇଯିବେ।

 

ଏହି ଭିଡିଓଟିକୁ ଜିନ୍ଦେଗୀ ଗୁଲ୍‌ଜାର ହୈ ଟ୍ବିଟର୍‌ ପେଜ୍‌ରେ ସେୟାର କରାଯାଇଛି। ସେ ‘ଡୋଲି ସଜେଗୀ, ବାଜା ବଜେଗା’ ଗୀତରେ ନାଚୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଏହାକୁ ଦେଖି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହାଠାରୁ ଭଲ ନାଚ ମୁଁ ଦେଖିନାହିଁ’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି ‘ସତ କହିବାକୁ ଗଲେ ଚାଚା ଖୁବ୍ ଟ୍ୟାଲେଣ୍ଟେଡ୍‌’।

ଏହି ଭିଡିଓଟିର ଏବେ ସୁଦ୍ଧା ୩୦ ହଜାରରୁ ଊର୍ଧ୍ବ ଭିିୟୁ ହୋଇ ସାରିଲାଣି। ଏହାକୁ ଅନେକ ଲୋକ ଲାଇକ୍‌ କରିଛନ୍ତି।

ସମ୍ବନ୍ଧିତ ଖବର