‘ପ୍ଲିଜ୍’, ‘ଥାଙ୍କ୍ ୟୁ’ ଓ ‘ହାବ ଏ ନାଇସ୍ ଡେ’ ଭଳି ଶବ୍ଦ ପ୍ରୟୋଗ କଲେ ଖାଦ୍ୟ ଉପରେ ରିହାତି ଦେଉଛି ଏହି ରେଷ୍ଟୁରାଣ୍ଟ୍‌

ହାଇଦ୍ରାବାଦ୍‌: ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ରେଷ୍ଟୁରାଣ୍ଟଗୁଡ଼ିକ ବିଭିନ୍ନ ପନ୍ଥା ଆପଣାଉଥିବା ବେଳେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ହାଇଦ୍ରାବାଦୀ ରେଷ୍ଟୁରାଣ୍ଟ୍‌ ‘ଦକ୍ଷିଣ-୫’। ଏହି ରେଷ୍ଟୁରାଣ୍ଟ୍‌ରେ ଯାଇ କଥାବାର୍ତ୍ତା ସମୟରେ ‘ପ୍ଲିଜ୍’, ‘ଥାଙ୍କ୍ ୟୁ’ ଓ ‘ହାବ ଏ ନାଇସ୍ ଡେ’ ପରି ଶବ୍ଦ ବ୍ୟବହାର କରି ଅଭିବାଦନ ଜଣାଇଲେ ଗ୍ରାହକଙ୍କୁ ମିଳୁଛି ସ୍ବତନ୍ତ୍ର ରିହାତି।

ଗ୍ରାହକଙ୍କ ମଧ୍ୟରେ ଉତ୍ତମ ଆଚରଣକୁ ପ୍ରୋତ୍ସାହିତ କରିବାକୁ  ଏପରି ଅଭିନବ ପ୍ରୟାସ କରାଯାଇଛି। ଧନ୍ୟବାଦ, ଦୟାକରି ଏହା ଦିଅନ୍ତୁ ଓ ଦିନଟି ଭଲ କଟୁ ପରି ଶବ୍ଦ ବ୍ୟବହାର କଲେ ଗ୍ରାହକଙ୍କୁ ୩୫ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଥିବା ଜଣାପଡ଼ିଛି।

 

ଲୋକଙ୍କ ଭିତରେ ସଂସ୍କାର ରହିବା ନିହାତି ଜରୁରୀ। ଧୀରେ ଧୀରେ ଲୋପ ପାଇ ଯାଉଥିବା ସୌଜନ୍ୟତାକୁ ପୁଣି ଥରେ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଏପରି ପରିକଳ୍ପନା କରିଛନ୍ତି ରେଷ୍ଟୁରାଣ୍ଟ୍‌ ‘ଦକ୍ଷିଣ-୫’ର ମାଲିକମାନେ।

ଏ ନେଇ ଟି ରାମଚନ୍ଦ୍ରନ୍‌ ନାମକ ଜଣେ ଟ୍ବିଟରିୟାନ୍‌ ଟ୍ବିଟ୍‌ କରି ଲେଖିଛନ୍ତି, ‘ଧନ୍ୟବାଦ, ଦିନଟି ଭଲରେ କଟୁ ପରି ସାଧାରଣ ସୌଜନ୍ୟତାମୂଳକ ଶବ୍ଦ ପ୍ରୟୋଗ କରନ୍ତୁ ଏବଂ ହାଇଦ୍ରାବାଦ୍‌ର ଏହି ‘ଦକ୍ଷିଣ-୫’ ରେଷ୍ଟୁରାଣ୍ଟ୍‌ରେ ଆପଣ ବରାଦ କରିଥିବା ଖାଦ୍ୟ ଉପରେ ରିହାତି ପାଆନ୍ତୁ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏକ ନିରାମିଷ ଥାଳିର ଦାମ ୧୬୫ ଟଙ୍କା। ଆପଣ ଏହାକୁ ଥାଳି ପ୍ଲିଜ୍‌ କହି ବରାଦ ଦେଲେ ଆପଣଙ୍କୁ ଦେବାକୁ ପଡ଼ିବ ୧୫୦ ଟଙ୍କା। ଯଦି କେହି ଶୁଭ ଅପରାହ୍ନ ବୋଲି କହି ବରାଦ ଦିଅନ୍ତି ତେବେ ୩୦ ଟଙ୍କା କମ୍‌ କରି ଦିଆଯିବ।

ସମ୍ବନ୍ଧିତ ଖବର