ମନ ମୋହିଲା ପାରା ଜ୍ୟାକସନଙ୍କ ନାଚ, ଭାଇରାଲ ଭିଡିଓରେ ଦେଖନ୍ତୁ କିଏ ଏହି ମାଇକେଲ ଜ୍ୟାକସନଙ୍କ ଭାଇ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଭାଇରାଲ ଭିଡିଓ ଅନେକ ସମୟରେ ଦେଖିବାକୁ ମିଳିଥାଏ । ତେବେ ପକ୍ଷୀଙ୍କ ଭିଡିଓ ଆପଣମାନେ ବହୁତ କମ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏକ ପାରାର ଭିଡିଓ ଦେଖିବାକୁ ମିଳୁଛି, ଯିଏକି ମାଇକେଲ ଜ୍ୟାକ୍ସନଙ୍କ ‘ମୁନ୍ ଓ୍ଵାକ’କୁ ବହୁତ ବଢିଆ ଢଙ୍ଗରେ କରୁଛି ।ପାରାର ଏଭଳି ନୃତ୍ୟକୁ ସମସ୍ତେ ଖୁବ୍ ଉପଭୋଗ କରୁଛନ୍ତି। ଯିଏ ଦେଖୁଛି, ସେ ଆଚମ୍ବିତ ହୋଇ କହୁଛି ଏଭଳି ନୃତ୍ୟ ତ ମଣିଷ ବି କରିପାରିବ ନାହିଁ!

ଏହି ଭିଡିଓକୁ ଜଣେ ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି । ଭିଡିଓଟି ଦେଖିଲାବେଳେ ହୁଏତ ହଠାତ୍ ଆପଣମାନଙ୍କୁ ଜଣାପଡ଼ିବ ନାହିଁ ପାରାଟି କେତେ ପ୍ରତିଭାବାନ୍ ଓ ସେ କ’ଣ କରିବାକୁ ଯାଉଛି । ତା’ପରେ ପାରାଟି ଯେତେବେଳେ ମାଇକେଲ ଜ୍ୟାକ୍ସନଙ୍କ ଭଳି ‘ମୁନ୍ ଓ୍ଵାକ୍’ କରିବା ଆରମ୍ଭ କରି ଦେଉଛି, ସମସ୍ତେ ତାଜୁବ୍ ହେଉଛନ୍ତି । ତାର ନୃତ୍ୟକୁ ଦେଖି ଲାଗୁଛି, ଯେମିତି ସେ ଜଣେ ପେସାଦାର ନୃତ୍ୟଶିଳ୍ପୀ ଓ ସେ କାହାଠାରୁ ତାଲିମ ନେଇଛି ।

 

View this post on Instagram

 

A post shared by Funny Animal Videos (@funanimalvids)

ପାରାର ଏପରି ନୃତ୍ୟକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡିଓକୁ ବହୁସଂଖ୍ୟକ ଲାଇକ୍ ଓ କମେଣ୍ଟ ମିଳିବାରେ ଲାଗିଛି।

ସମ୍ବନ୍ଧିତ ଖବର