‘ଏପ୍ରିଲ ଫୁଲ’ ବନାଇବା ପାଇଁ ଭୁଲରେ ବି ଏହି ମିଛ କାହାକୁ କୁହନ୍ତୁ ନାହିଁ କାରଣ…

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଏପ୍ରିଲ ଏକ ତାରିଖ ଦିନ ଏପ୍ରିଲ ଫୁଲ ଡେ ଭାବେ ଲୋକମାନେ ମଜାମସ୍ତି କରି ଥାଆନ୍ତି। ଏହିଦିନ ଲୋକମାନେ ନିଜ ଆଖପାଖ ଲୋକ, ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟଙ୍କ ସହିତ ମଜାମସ୍ତିରେ ମଜାଳିଆ ମିଛ କଥା କହିଥାଆନ୍ତି। କିନ୍ତୁ ଏଭଳି ଏକ ମଜାକ୍‌ ଯାହାକି ପୁରୁଷ ଓ ମହିଳାଙ୍କ ପାଇଁ ମଜାକ୍‌ ନୁହେଁ ବରଂ ଦୁଃଖ ଦେଇଥାଏ। ଆଜ୍ଞା ହଁ., ମିଥ୍ୟା ଗର୍ଭଧାରଣ କରିବା ଖବର ଏପ୍ରିଲ ୧ ତାରିଖ ଦିନ ସାଧାରଣ ଭାବେ କାରାଯାଇଥାଏ। ତେବେ ଏଭଳି ମଜାକ୍‌ କେତେକ ମହିଳାଙ୍କ ପାଇଁ ଦୁଃଖର କାରଣ ପାଲଟି ପାରେ, ବିଶେଷ କରି ଯେଉଁ ଦମ୍ପତ୍ତିଙ୍କ ସନ୍ତାନ ପାଇଁ ବ୍ୟାକୁଳ ହୋଇଥାଆନ୍ତି।

ଏହି କ୍ରମରେ ଜଣେ ମା’ ନିଜ ସହିତ ଏଭଳି କିଛି ଘଟଣା ବିଷୟରେ ନିଜ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି। ସେଥିରେ ଲେଖାଯାଇଛି କି ପ୍ରତି ୪ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ସନ୍ତାନ ହରାଇ ଦେଇଥାଏ ତ ଛଅଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଇନଫାର୍ଟିଲିଟି ଶିକାର ହୋଇଥାଆନ୍ତି। ଅନ୍ତସତ୍ତ୍ୱା ହେବା ବୋଲି ମିଥ୍ୟାରେ କହିବା କୌଣସି ମଜାକ୍‌ ନୁହେଁ, ଏପ୍ରିଲ ଫୁଲ ଦିନ କିଛି ଭଲ ଓ ନୂଆ ଚିନ୍ତା କରନ୍ତୁ।

ଦ ଓ୍ଵାର୍ଲ ପପୁଲେସନ୍‌ ପ୍ରୋସପେକ୍ଟସ୍‌ ୨୦୧୭ ରିପୋର୍ଟ ମୁତାବକ, ଗତ କିଛି ବର୍ଷ ଭିତରେ ଗର୍ଭଧାରଣ ନକରି ପାରୁଥିବା ମାମଲା ପାଖାପାଖି ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏହା କେବଳ ମହିଳାଙ୍କ କ୍ଷେତ୍ରରେ ଫର୍ଟିଲିଟି କମ୍‌ ହେବା କାରଣରୁ ନୁହେଁ ବରଂ ପୁରୁଷଙ୍କ ଫର୍ଟିଲିଟି ହ୍ରାସ ପାଇଁ ବି ହେଉଛି।

ସମ୍ବନ୍ଧିତ ଖବର