ରେଲୱେ ଟିକେଟ୍‌ କଳାବଜାରୀ ଉପରେ ଲାଗିବ ରୋକ୍‌ : ବେଆଇନ ଭାବେ ଟିକେଟ୍‌ କିଣାବିକା କରୁଥିବା ଦଲାଲ୍‌ମାନଙ୍କୁ ହୋଇପାରେ ଜେଲଦଣ୍ଡ ସହ ଜରିମାନା!

ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ କ୍ରମାଗତ ଭାବେ ନୂଆ ନୂଆ ନିୟମ ଲାଗୁ କରୁଛି। ଯେପରିକି ଯାତ୍ରୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବା ପାଇଁ ନପଡେ। ଆଉ ଏଥି ମଧ୍ୟରେ ରେଲୱେ ଅନଲାଇନ ଟିକେଟ ଘୋଟାଲା ଉପରେ ରୋକ ଲଗାଇବା ପାଇଁ ୧୯୮୯ ରେଲୱେ ଅଧିନିୟମରେ ସଂଶୋଧନ କରିବା ପାଇଁ ବିଚାର କରୁଛି ଭାରତୀୟ ରେଳବାଇ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରେଳବାଇ ଦ୍ୱାରା କରାଯାଉଥିବା ନିୟମରେ ସଂଶୋଧନରେ, ଯଦି କୌଣସି ବ୍ୟକ୍ତି ଏଭଳି ଅପରାଧ କରୁଥିବା ଜଣାପଡେ, ତେବେ ତାଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ହୋଇପାରେ। ମିଳିଥିବା ସୂଚନା ଅନୁଯାୟୀ, ଇ-ଟିକେଟ୍‌ ଘୋଟାଲାକାରୀଙ୍କ ଉପରେ ୨ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଲଗାଯାଇପାରେ।

ତେବେ ବର୍ତ୍ତମାନର ଅଧିନିୟମରେ ଇ-ଟିକେଟ୍‌ ଘୋଟାଲା ସମ୍ବନ୍ଧରେ ବିଚାର କରାଯାଇନାହିଁ। କିନ୍ତୁ ଟିକେଟର କଳାବଜାରୀ କରିବା କିମ୍ବା ବେଆଇନ ଭାବେ ଟିକେଟ୍‌ କିଣାବିକା କରୁଥିବା ଦଲାଲ୍‌ମାନଙ୍କୁ ଦଣ୍ଡ ଦେବା ପାଇଁ ଏକ ପ୍ରାବଧାନ ରହିଛି। ଅଧିନିୟମ ଅନୁଯାୟୀ, ଏପରି ଅପରାଧୀମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ କିମ୍ବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଜେଲଦଣ୍ଡ ସହ ଜୋରିମାନା ହୋଇପାରେ। ତେବେ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଭଳି ଘୋଟାଲା ମାମଲା ଦିନକୁ ଦିନ ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରେଳବାଇ ସୁରକ୍ଷା ବଳ ପକ୍ଷରୁ ଏକ ନୂଆ ପ୍ରସ୍ତାବ ପାରିତ କରାଯାଇଛି।

ସମ୍ବନ୍ଧିତ ଖବର