ମେରଠ: ଲୋକମାନଙ୍କ ମନରେ ମାନବିକତା ଶେଷ ହୋଇଗଲାଣି ବୋଲି ଆମେ ଅନେକ ଘଟଣାକୁ ନେଇ ଭାବି ଥାଉ। ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ଉପକାର ଓ ସାହାଯ୍ୟ ପାଇଁ ସବୁବେଳେ ଆଗେଇ ଆସି ଥାଆନ୍ତି। ଉତ୍ତରପ୍ରଦେଶର ପରିବହନରେ ଚାକିରି କରୁଥିବା ଜଣେ ଚାଳକ ଓ ବସ୍ କଣ୍ଡେକ୍ଟର ଏମିତି ଏକ କାମ କରିଛନ୍ତି ଯାହା କି ଚର୍ଚ୍ଚାର ପରିସରରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଶନିବାର ଜଣେ ଯାତ୍ରୀ ମେରଠ ଡିପୋର ବସ୍ ସଂଖ୍ୟା ୟୁପି୧୫ଏଟି୮୧୮୮ରେ ଯାତ୍ରା କରୁଥିଲେ। ଯାତ୍ରୀଙ୍କ ପାଖରେ ଅନେକଗୁଡ଼ିଏ ଜିନିଷ ଥିଲା। ସେ ଯେତେବେଳେ ତାଙ୍କ ଗନ୍ତବ୍ୟ ସ୍ଥାନରେ ଓଲ୍ଲାଇଲେ ଏକ ଏଲଇଟି ଟଭି ଓ ଗୋଟିଏ ବ୍ୟାଗ୍ ବସ୍ରେ ଛାଡ଼ି ଯାଇଥିଲେ। ଡିପୋରେ ପହଞ୍ଚିବା ପରେ ଯେତେବେଳେ ସେହି ବ୍ୟାଗକୁ ଚାଳକ ଓ କଣ୍ଡେକ୍ଟର ଖୋଲି ଦେଖିଥିଲେ ସେଥିରେ ଶହେ କି ହଜାର ନୁହେଁ ୧ଲକ୍ଷ ୭୯ହଜାର ନଗଦ ଟଙ୍କା ଥିଲା ଓ ଗୋଟିଏ ଏଲଇଡି ଟିଭି ଥିଲା। ବସ୍ ଚାଳକ ଏନେଇ ତୁରନ୍ତ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଯାତ୍ରୀ ବି ତାଙ୍କ ବ୍ୟାଗ ଓ ଏଲଇଟି ଟିଭିକୁ ଖୋଜି ପରିବହନ ନିଗମ ସହିତ ସମ୍ପର୍କ କରିଥିଲେ। ଅଧିକାରୀ ଯାତ୍ରୀଙ୍କ ଭେରିଫିକେସନ୍ ପରେ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ଜିନିଷ ଫେରାଇ ଦେଇଥିଲେ।
कल मेरठ डिपो की UP15AT8188 बस में यात्री का बैग एवं LED TV छूट गई थी। बैग में कुछ बिजली का सामान, कपड़े एवं 1,79,000 रुपये कैश पाये गये। जोकि आज औपचारिकता पूर्ण कराते हुए यात्री को चालक-परिचालक के सामने पूरा सामान सौंपा गया।
चालक-परिचालक की ईमानदारी को नमन। pic.twitter.com/FiCqQozFEZ
— Min of Transport, UP (@ParivahanUP) August 12, 2018