ଏକ୍ସପ୍ରେସ୍‌ ବଗିରେ ସାପ, ୧୫ ମିନିଟ୍‌ ଷ୍ଟେସନ୍‌ରେ ଛିଡା ହେଲା ଟ୍ରେନ୍‌

ସାଗର: ଲୋକମାନ୍ୟ ତିଲକ ଟର୍ମିନସ୍‌ରୁ ବାରାଣାସୀ ଯାଉଥିବା କାମାୟନି ଏକ୍ସପ୍ରେସ୍‌ର ଏସ୍‌-୪ ବଗିରେ ସାପ ଥିବା ବୁଧବାର ସୂଚନା ମିଳିବା ପରେ ଯାତ୍ରୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା। ସାପକୁ ଖୋଜି ଧରିବା ପାଇଁ ଟ୍ରେନ୍‌ ଷ୍ଟେସନ୍‌ରେ ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲା।

ଷ୍ଟେସନ୍‌ ପ୍ରବନ୍ଧକ ନରେନ୍ଦ୍ର ସିଂହଙ୍କ କହିବାନୁସାରେ, ମଙ୍ଗଳବାର ସକାଳେ ବିନା ଷ୍ଟେସନ୍‌ ଓ ଆରପିଏଫ୍‌ ଥାନାରୁ ସାଗର ଷ୍ଟେସନକୁ ଟ୍ରେନ୍‌ରେ ସାପ ଥିବା ନେଇ ସୂଚନା ଦିଆଯାଇଥିଲା। ସାଗରର ସାପ ଧରାଳି ଅକିଲ ବାବାଙ୍କୁ ଷ୍ଟେସନ୍‌ ଡକା ଯାଇଥିଲା। ସକାଳ ପ୍ରାୟ ୮.୨୧ ମିନିଟ୍‌ରେ ଟ୍ରେନ୍‌ ଷ୍ଟେସନ୍‌ରେ ପହଞ୍ଚିବା ପରେ କାମାୟନି ଏକ୍ସପ୍ରେସ୍‌ର ଏସ୍‌-୪ ବଗିକୁ ଖାଲି କରାଯାଇଥିଲା। ଯାତ୍ରୀ ଯେଉଁ ବର୍ଥ ପାଖରେ ସାପ ଝୁଲିଥିବା ସୂଚନା ଦେଇଥିଲେ, ଏହାର ପାଖାପାଖି ସାପକୁ ଖୋଜା ଯାଇଥିଲା, କିନ୍ତୁ ସାପ ମିଳି ନଥିଲା। ପାଖାପାଖି ଟ୍ରେନ୍‌ଟି ୧୫ ମିନିଟ୍‌ ଷ୍ଟେସନ୍‌ରେ ରହିବା ପରେ ପୁଣି ଯାତ୍ରା ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର