ପ୍ରଭୁ ଶିବଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ୧୦ଫୁଟ ଗଭୀର ଗାତ ଭିତରୁ ମିଳିଲା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି

ଶୁଜାଲପୁର: ସମୀପସ୍ଥ ଗ୍ରାମ ଢାବଲାଘୋସି ସ୍ଥିତ ଦୁମେଲ ନେବଜ ନଦୀ ପଠାରୁ ୫ଫୁଟ ଉଚ୍ଚତା ବିଶିଷ୍ଟ ଭଗବାନ ବିଷ୍ଣୁଙ୍କର ପାଖାପାଖି ୧ହଜାର ବର୍ଷ ପୁୁରୁଣା ମୂର୍ତ୍ତି ମିଳିଛି। ଭଗବାନଙ୍କ ଏହି ପ୍ରାଚୀନମୂର୍ତ୍ତି ପାଇବା ପରେ ଗ୍ରାମରେ ପୂଜା-ପାଠ ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ, ଗ୍ରାମ ଢାବଲାଘୋସିରେ ଗୋସାଇ ଧାମର ସମ୍ମୁଖରେ ଭଗବାନ ଶିବଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥାଏ। ଏହି ସମୟରେ ନେବଜ ନଦୀରୁ ଗ୍ରାମବାସୀମାନେ ବାଲି ଆଣୁଥିଲେ। ବାଲି ଆଣୁଥିବା ସମୟରେ ବାଲି ତଳେ ଏକ କଳାରଙ୍ଗର କ’ଣ ଗୋଟେ ପୋତି ହୋଇଥିବାର ସେମାନେ ଦେଖିବାକୁ ପାଇଥିଲେ। ଏହାପରେ ସମସ୍ତେ ମିଶି ୧୦ଫୁଟରୁ ଅଧିକ ଗଭୀର ପର୍ଯ୍ୟନ୍ତ ଖୋଳିବା ପରେ ସୁରକ୍ଷିତ ଭାବେ ୫ଫୁଟ ଉଚ୍ଚର ଭଗବାନ ବିଷ୍ଣୁର ମୂର୍ତ୍ତି ଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଏହାକୁ ଏକ ଚମତ୍କାର ଭାବି ନଦୀ ପଠାରୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିକୁ ଆଣି ମନ୍ଦିର ସାମ୍ନାରେ ରଖି ପୂଜା ଅର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର