ଖରା ଦିନେ ଥଣ୍ଡା ବିୟର ପିଇବାକୁ ଦେବନି କି? ଉତ୍ତର ଦେଇ ସୋନୁ କହିଲେ; ବିୟର ସହ…

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ଲୋକମାନଙ୍କୁ କରୋନା ମହାମାରୀ ସମୟରେ କ୍ରମାଗତ ଭାବେ ସାହାଯ୍ୟ କରିଥିଲେ। ଦିନ-ରାତି ନିଜ ଟିମ ସହିତ କରୋନା ପ୍ରଭାବିତ ଲୋକଙ୍କ ପାଖରେ କିପରି ସାହାଯ୍ୟ ପହଞ୍ଚିବ ସେ ବ୍ୟବସ୍ଥା କରିବାରେ ଲାଗି ପଡ଼ିଥିଲେ ସୋନୁ। କେବେ କାହାକୁ ହସ୍ପିଟାଲରେ ବେଡ ତ ଆଉ କାହା ପାଇଁ ଅକ୍ସିଜେନ ଦେବାର ବ୍ୟବସ୍ଥା କରୁଥିଲେ । ଏମିତି କି ଶୀତ ଦିନେ ଲୋକଙ୍କୁ ସେ କମ୍ବଳ ଦେଇଥିବାର ଖବର ମିଳିଥିଲା। ଏ‌ବେ ତାଙ୍କର ଏଭଳି କାମକୁ ଦେଖି ଟ୍ବିଟରରେ ଜଣେ ବ୍ୟବହାରକାରୀ ମଜାଳିଆ ଟ୍ବିଟ କରିଥିବା ଦେଖାଯାଇଛି।

ସବୁଠାରୁ ବଡ଼ କଥା ହେଲା ଅଭିନେତା ସୋନୁ ସୁଦ ଏହି ଟ୍ବିଟର ମଜାଳିଆ ଜବାବ ମଧ୍ୟ ଦେଇଛନ୍ତି। ବ୍ୟବହାରକାରୀଜଣକ କରିଥିବା ଟ୍ବିଟରେ ଦେଖାଯାଇଛି ଯେ, ଜଣେ ବୃଦ୍ଧ ଏକ ବ୍ୟାନର ଧରିଛନ୍ତି ଏବଂ‌ ସେଥିରେ‌ ଲେଖାଯାଇଛି ଶୀତ ଦିନେ କମ୍ବଳ ଦେଇଥିବା ଲୋକ ଖରା ଦିନେ ଥଣ୍ଡା ବିୟର ପିଇବାକୁ ଦେବନି? ଏଭଳି ଫଟୋ ଟ୍ବିଟ କରି ସୋନୁଙ୍କୁ ଟ୍ୟାଗ୍ କରିଛନ୍ତି ବ୍ୟବହାରକାରୀ।

ଟ୍ବିଟର ଜବାବ ଦେବାକୁ ଯାଇ ସୋନୁ କହିଛନ୍ତି ଯେ, ବିୟର ସହ ଭୁଜିଆ ଚଳିବ? ସୋନୁଙ୍କ ଏଭଳି ଜବାବ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଲୋକେ ଏଭଳି ମଜାଳିଆ ଟ୍ବିଟ କରି ସୋନୁଙ୍କୁ ଟ୍ୟାଗ କରିଥିବା ଦେଖାଯାଇଛି।

ସୋନୁଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସୋନୁ ଏଥର ରୋଡିଜ୍-୧୮ର ଉପସ୍ଥାପକ ଭାବେ କାମ କରୁଛନ୍ତି। ଏହି ସୋ ଏପ୍ରିଲ ୮ରୁ ଏମଟିଭିରେ ପ୍ରସାରଣ ହେବ, ଯାହାର ସୁଟିଂ ଦକ୍ଷିଣ ଆଫ୍ରିକାରେ କରାଯାଇଛି।

ସମ୍ବନ୍ଧିତ ଖବର