ପାଣିରେ ଭାସିବ ସହର: ୧ଲକ୍ଷ ଲୋକ ରହିବା ସହ ଖର୍ଚ୍ଚ ହେବ ୧୫୩୦ କୋଟି ଟଙ୍କା

ନୂଆଦିଲ୍ଲୀ: ପାଣି ଉପରେ ସହର। ରହିବେ ୧ଲକ୍ଷ ଲୋକ। ୧୫୩୦ କୋଟି ଟଙ୍କା ଖର୍ଚ୍ଚ କରି ଫ୍ଲୋଟିଂ ସିଟି ତିଆରି କରିବ ଦକ୍ଷିଣ କୋରିଆ। ଏହି ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ। ପାଣିରେ ଭାସୁଥିବା ସହର ବିଷୟରେ ଆପଣ ଫିଲ୍ମରେ ଦେଖିଥିବେ, କିନ୍ତୁ ଦକ୍ଷିଣ କୋରିଆରେ ଏହା ବାସ୍ତବତାରେ ପରିଣତ ହେବାକୁ ଯାଉଛି।

bhaskar

ବୁସାନ ସହରର ବୈଜ୍ଞାନିକମାନେ ମିଳିତ ଜାତିସଂଘ ସାହାଯ୍ୟରେ ଏହି ସହର ନିର୍ମାଣ କରୁଛନ୍ତି। ଦେଶର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଶୀଘ୍ର ସମୁଦ୍ରରେ ବୁଡ଼ିଯିବାର ଆଶଙ୍କା ଥିବାରୁ ସେଠାରେ ରହୁଥିବା ଲୋକଙ୍କୁ ଭୂମିହୀନ ହେବାକୁ ପଡିପାରେ। ଏହି କାରଣରୁ ପାଣି ଉପରେ ସହର ନିର୍ମାଣ କରାଯାଉଥିବା ଜଣାପଡ଼ିଛି। ଓସେନିକ୍ସ ବୁସାନ ନାମକ ଏହି ପ୍ରକଳ୍ପ ଗତ ବର୍ଷ ଆରମ୍ଭ କରାଯାଇଥିଲା, ହେଲେ ବୈଜ୍ଞାନିକମାନେ ଏହାର ୩ଡି ଡିଜାଇନ୍ ଫଟୋ ଏବେ ପ୍ରକାଶ କରିଛନ୍ତି।

bhaskar

ସୂଚନାନୁସାରେ, ଏହି ଭାସମାନ ସହର ୧୫୩୦ କୋଟି ଟଙ୍କାରେ ନିର୍ମାଣ ହେବ ଏବଂ ୨୦୨୫ ସୁଦ୍ଧା ନିର୍ମାଣ କାମ ଶେଷ ହେବ। ଏହି ସହର ୧୫.୫ ଏକରରେ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ପ୍ରାରମ୍ଭରେ, ୧୨ହଜାର ଲୋକ ଏଠାରେ ଆରାମରେ ରହିବାକୁ ସକ୍ଷମ ହେବେ। ଏହା ପରେ ପରେ ସହରରେ ୧ ଲକ୍ଷ ଲୋକ ରହିବା ପାଇଁ ବ୍ୟବସ୍ଥା କରାଯିବ।

bhaskar

ଆମେରିକୀୟ କମ୍ପାନି ଓସେନିକ୍ସର ସିଇଓ ଫିଲିପ୍ ହୋଫମ୍ୟାନ୍ କହିଛନ୍ତି ଯେ, ସମୁଦ୍ର ପତ୍ତନ ବୃଦ୍ଧି ସତ୍ତ୍ବେ ଉପକୂଳବର୍ତ୍ତୀ ସହରଗୁଡିକରେ ଆମେ କିପରି ରହିପାରିବା, ଏହି ଭାସମାନ ସହର ତାହାର ସର୍ବୋତ୍ତମ ଉଦାହରଣ ହେବ। ସହରର ସମସ୍ତ ଅଟ୍ଟାଳିକା ୭ ମହଲା ମଧ୍ୟରେ ସୀମିତ ରହିବ, ଯାହା ଦ୍ବାରା ସେମାନେ ମାଧ୍ୟାକର୍ଷଣ ଏବଂ ପବନ ଦ୍ୱାରା ପ୍ରଭାବିତ ହେବେ ନାହିଁ।

ସମ୍ବନ୍ଧିତ ଖବର