କିଛି ନୂଆ କରିବାର ଇଚ୍ଛା ପାଇଁ ଆଜି ଗଢ଼ିପାରିଛନ୍ତି ନିଜ କମ୍ପାନି,୧୦.୭କୋଟି ଲୋକ ବ୍ୟବହାର କରୁଛନ୍ତି ତାଙ୍କର ଉତ୍ପାଦ

ନୂଆଦିଲ୍ଲୀ : କଶ୍ମୀରରେ ଜନ୍ମ ହେବା ପରେ ଜଳନ୍ଧରର ଏନ୍‌ଆଇଟିରେ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ । ତା’ ପରେ ଅଧିକ ପାଠ ପଢ଼ିବା ପାଇଁ ଆମେରିକାର ଷ୍ଟେନ୍‌ଫୋର୍ଡ଼ ବିଶ୍ୱବିଦ୍ୟାଳୟ ଯିବା ପରେ ଆମେରିକାରେ ଥିବା ନାମୀ କମ୍ପାନି ଭ୍ୟାଲି ପେପଲ୍‌ରେ ଚାକିରି କରିଥିଲେ । କିଛି ଦିନ ଚାକିରି କରିବା ପରେ ତାଙ୍କୁ ଗ୍ରୀନ୍‌ କାର୍ଡର୍ ମଧ୍ୟ ମିଳି ଯାଇଥିଲା । କିନ୍ତୁ କିଛି ନୂଆ କରିବା ପାଇଁ ସେ ସବୁ ଛାଡ଼ି ଭାରତ ଫେରିଥିଲେ । ଏବେ ଭାରତରେ କୋଟିଏରୁ ଅଧିକ ଲୋକ ତାଙ୍କ ପ୍ରଡ଼କ୍ଟକୁ ବ୍ୟବହାର କରୁଛନ୍ତି ଓ ତାଙ୍କ ସ୍ୱପ୍ନ ସଫଳ ହୋଇ ପାରିଛି ।

forbesindia.com

ଏଠାରେ ଆମେ କହୁଛୁ ମୋବିକ୍ୱିକ୍‌ର ସହ ସଂସ୍ଥାପକ ଏବଂ ନିର୍ଦ୍ଦେଶକ ଉପାସନା ଟାକୁଙ୍କ ବିଷୟରେ । ସୂଚନା ମୁତାବକ, କିଛି ବର୍ଷ ପେପଲ୍‌ରେ କାମ କରିବା ପରେ କିଛି ଭିନ୍ନ କରିବା ଆଶାରେ ସେ ଭାରତ ଆସିବା କଥା ଭାବିଥିଲେ । ପେପଲ୍‌ର ପ୍ରୋଜେକ୍ଟ ସରିବା ପରେ ସେ ସବୁ ଛାଡ଼ି ଭାରତ ଚାଲି ଆସିଥିଲେ । ଭାରତ ଆସି ସେ ଚାକିରି ଜୀବନରେ ଶିଖିଥିବା ଜିନିଷକୁ ନୂଆ କମ୍ପାନି ତିଆରି କରିବାରେ ବ୍ୟବହାର କରିଥିଲେ । ୨୦୦୮ରେ ଭାରତ ଆସିବା ପରେ ଏଠାରେ ମୋବାଇଲ ବିଲ୍‌ ପେ କରିବା ପାଇଁ ଦୋକାନକୁ ଯିବାକୁ ପଡ଼ୁଥିବା ସହ ବିଭିନ୍ନ ପ୍ରକାରର ବିଲ୍‌ ପେ କରିବା ପାଇଁ ଭିନ୍ନ ଭିନ୍ନ ସାଇଟ୍‌କୁ ଯିବାକୁ ପଡ଼ୁଥିବା ଉପାସନା ଦେଖିଥିଲେ । ଯାହା ସମାଧାନ ପାଇଁ ୨୦୦୯ରେ ସେ ନିଜ ମୋବିକ୍ୱିକ୍‌ ଆରମ୍ଭ କରିଥିଲେ । ପ୍ରଥମେ କେହି ଏହି ସାଇଟ୍‌କୁ ବ୍ୟବହାର କରୁ ନ ଥିବା ବେଳେ ଆଜି ୧୦କୋଟିରୁ ଅଧିକ ଲୋକ ଏହାକୁ ବ୍ୟବହାର କରୁଛନ୍ତି ।

ସମ୍ବନ୍ଧିତ ଖବର