ରାସ୍ତାରେ ଯାଉଥିବା ସମୟରେ ହଠାତ ଗାଡ଼ି ଉପରେ ବସି ପଡ଼ିଲା ହାତୀ, ଭୟଭୀତ ହୋଇ ଚାଳକ କଲେ ଏଭଳି କାମ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଖାଓ ୟାଇ ନ୍ୟାସନାଲ ପାର୍କରେ ଏମିତି ଘଟଣା ଘଟିଥିଲା କି ସେ ଦୃଶ୍ୟକୁ ଯିଏ ଦେଖିଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହି ଦୃଶ୍ୟଟି ଥିଲା ଏପରି। ରାସ୍ତାରେ କାର ଯାଉଥିବା ବେଳେ ହଠାତ ହାତୀଟି ଆସି ଗାଡ଼ି ଉପରେ ବସି ପଡ଼ିଥିଲା। ଚାଳକ ଏଥିରେ ଭୟଭୀତ ହୋଇ ପ୍ରାଣବିକଳରେ ସୁଯୋଗ ଦେଖି କାରକୁ ସେଠାରୁ ନେଇ ଚମ୍ପଟ ମାରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଥାଇଲ୍ୟାଣ୍ଡ ନ୍ୟାସନାଲ ପାର୍କରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

୩୫ବର୍ଷୀୟ ହୁଏ ନାମକ ହାତୀ ନ୍ୟାସନାଲ ପାର୍କ ଭିତରରେ ଯାଇଥିବା ସଡ଼କରେ ଯାଉଥିଲା।  ଏହି ରାସ୍ତାରେ ଯେମିତି ଏକ କାର ଆସିଥିଲା ସେ ତାର ଉପରେ ବସି ପଡ଼ିଥିଲା। ହାତୀ ସମ୍ପୂର୍ଣ୍ଣ ଭାବେ କାର ଉପରେ ବସିବା ପୂର୍ବରୁ କାର ଚାଳକ କାରର ଗତିକୁ ବଢ଼ାଇ ସେଠାରୁ ପ୍ରାଣବିକଳରେ ଚାଲି ଯାଇଥିଲେ। ଆଗକୁ ଯାଇ କାର ଚାଳକ ଗାଡ଼ିରୁ ଓହ୍ଲାଇ କାରର ଅବସ୍ଥା କିଭଳି ଅଛି ଦେଖିଲା ବେଳକୁ କାରର ପଛପାର୍ଶ୍ୱର ଓ୍ଵିଣ୍ଡସିଲ୍ଡ ଭାଙ୍ଗି ଯିବା ସହିତ ଦବି ବି ଯାଇଥିଲା।

ସମ୍ବନ୍ଧିତ ଖବର