ଫେରିବ ବିଲୁପ୍ତ ଡୋଡୋ!

ବୈଜ୍ଞାନିକମାନେ ଏକ ବିଲୁପ୍ତ ପକ୍ଷୀକୁ ପୁଣି ଜୀବନ୍ତ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ୩୬୧ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ଲୋପ ପାଇଯାଇଥିବା ଡୋଡୋ ନାମକ ପକ୍ଷୀକୁ ଫେରାଇଆଣିବା ଲାଗି ଆମେରିକାର ଏକ କମ୍ପାନି ୧୫ କୋଟି ଡଲାର୍‌ର ଏକ ନୂଆ ପ୍ରକଳ୍ପ ଆରମ୍ଭ କରିଛି। ୨୦୨୧ରେ ସ୍ଥାପିତ କଲୋସାଲ୍ ବାୟୋସାଇନ୍‌ସ ନାମକ ଉକ୍ତ କମ୍ପାନୀର ବୈଜ୍ଞାନିକମାନେ ଅତ୍ୟାଧୁନିକ ଜିନ୍ ଏଡିଟିଙ୍ଗ୍‌ ଜ୍ଞାନକୌଶଳର ବିନିଯୋଗ କରି ଡୋଡୋର ସଂପୂର୍ଣ୍ଣ ଗୁଣସୂତ୍ରକୁ ଠାବ କରିବା ପରେ ସେଗୁଡ଼ିକୁ ତାହାର ସମ୍ପର୍କୀୟ ପ୍ରଜାତିର ପକ୍ଷୀ (ପାରା)ର ଶରୀରରେ ପ୍ରୟୋଗ କରି ଡୋଡୋକୁ ପୁଣି ବିଲୁପ୍ତିରୁ ଉଦ୍ଧାର କରାଯିବାର ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଡୋଡୋ ପକ୍ଷୀର ବିଲୁପ୍ତି ସଂପୂର୍ଣ୍ଣ ରୂପେ ମନୁଷ୍ୟକୃତ। ଲୋପ ପାଇବା ପୂର୍ବରୁ ଏହି ପକ୍ଷୀମାନେ ଭାରତୀୟ ମହାସାଗର ଅନ୍ତର୍ଗତ ମରିସସ୍‌ ଦ୍ବୀପରେ ରହୁଥିଲେ। ପେଙ୍ଗୁଇନ ଓ ଓଟପକ୍ଷୀ ଭଳି ଏମାନେ ମଧ୍ୟ ଉଡ଼ିବାକୁ ଅସମର୍ଥ ଥିଲେ। ଡୋଡୋକୁ ଫେରାଇଆଣିବାର ଚେଷ୍ଟା ଫଳପ୍ରଦ ହେଲେ ଏହା ଏ ଧରଣର ପ୍ରଥମ ମନୁଷ୍ୟକୃତ ସଫଳତା ହେବ। ଏହି କମ୍ପାନି ଆଗକୁ ଥାଇଲାସିନ୍ ଓ ଉଲି ମାମଥ ଭଳି ବିଲୁପ୍ତ ପଶୁଙ୍କୁ ପୁଣି ପୁନର୍ଜୀବିତ କରିବାର ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର