ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଥିଲେ କରନ୍ତୁ ନାହିଁ ଏ ସବୁ ଭୁଲ, ଭୋଗି ପାରନ୍ତି ଜେଲଦଣ୍ଡ

ବିମାନରେ ଯାତ୍ରା କରିବା ପୂର୍ବରୁ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । କିଛି ଲୋକ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରିବା ସମୟରେ କିଛି ଏପରି ଭୁଲ କରି ବସନ୍ତି ଯାହା ପାଇଁ ସେମାନଙ୍କୁ ପରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଆଜି ଆମେ ବିମାନରେ ଯାତ୍ରା କରିବା ପୂର୍ବରୁ ଏବଂ ଯାତ୍ରା କରିବା ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଦରକାର ତାହା ଜଣାଇବୁ ।

୧.ବିମାନରେ ଯାତ୍ରା କରୁଥିବା ସମୟରେ ବେଳେବେଳେ ଯାତ୍ରୀମାନେ ଏୟାରହୋଷ୍ଟେସଙ୍କ ସହ ଦୁର୍ବ୍ୟବହାର କରିଥାନ୍ତି । ଯଦି ଆପଣ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଛନ୍ତି ତେବେ ଏଭଳି ଭୁଲ ଆଦୌ କରନ୍ତୁ ନାହିଁ । ଏପରି ଭୁଲ ପାଇଁ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ ।
୨.ବିମାନରେ ବସିବା ପରେ ଜରୁରୀକାଳିନ ଦ୍ୱାର ନ ଖୋଲିବା ଚେତାବନୀ ଦିଆ ଯାଇଥାଏ । ଯଦି ଆପଣ ସବୁ ଜାଣି ଏପରି ଭୁଲ କରୁଛନ୍ତି । ତେବେ ଆପଣଙ୍କୁ ଜେଲ ଦଣ୍ଡ ମିଳିବା ସହ ଉଡ଼ାଣରେ ପ୍ରତିବନ୍ଧକ ମଧ୍ୟ ଲଗାଇ ଦିଆଯିବ ।

Fox News

୩.ବିମାନ ମଧ୍ୟରେ ମିଥ୍ୟା ପ୍ରଚାର କରିବା ଉପରେ ପ୍ରତିବନ୍ଧକ ଲଗା ଯାଇଛି । ବିମାନ ମଧ୍ୟରେ ବୋମା ରହିଛି ବା ଆତଙ୍କବାଦୀମାନେ ବିମାନ ହାଇଜାକ୍‌ କଲା ଭଳି ମିଥ୍ୟା ପ୍ରଚାର କଲେ ପୁଲିସ ଆପଣଙ୍କୁ ଆପଣଙ୍କ ଭୁଲ ପାଇଁ ଗିରଫ କରିବ । ଏହା ସହ ବିମାନ ମଧ୍ୟରେ ଅନ୍ୟ ଜଣଙ୍କ ବସିବା ସ୍ଥାନରେ ଅଳିଆ ପକାଇବା ମଧ୍ୟ ଦଣ୍ଡନୀୟ ସାବ୍ୟସ୍ତ ହୋଇପାରେ ।
୪.ଯାତ୍ରା ଆରମ୍ଭ କରିବା ପୂର୍ବରୁ ନେଉଥିବା ଲଗେଜ୍‌ରେ କୌଣସି ପ୍ରକାରର ମେଟାଲିକ୍‌ ଜିନିଷ,ବେସ୍‌ବଲ ବ୍ୟାଟ୍‌,କ୍ରିକେଟ ବ୍ୟାଟ୍‌,ହକି ଷ୍ଟିକ୍‌ସ,ସ୍ପିୟର ଗନ୍ସ,ଗ୍ୟାସ୍‌ ଟର୍ଚ୍ଚ,ଦିଆସିଲ ଏବଂ ଟିୟର ଗ୍ୟାସ୍‌ ଇତ୍ୟାଦି ନିଅନ୍ତୁ ନାହିଁ ।

ସମ୍ବନ୍ଧିତ ଖବର