କୋର୍ଟରେ ମାମଲା ଲଢ଼ିବାକୁ ଆର୍ଥିକ ଓ ଆଇନ ଦୃଷ୍ଟିରୁ ଅସମର୍ଥନ ଅଛନ୍ତି କି, ଏହି ଆପ୍‌ କରିବ ସାହାଯ୍ୟ

କୋର୍ଟରେ ମାମଲା ଚାଲିଥିବା ବେଳେ ଆପଣଙ୍କୁ କୋର୍ଟକୁ ବାରମ୍ବାର ଦୌଡିବାକୁ ପଡ଼ିଥାଏ। କେବଳ ଏତିିକି ନୁହେଁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ପଡୁଥାଏ। ତେବେ ଏପରି ପରିସ୍ଥିତିରେ ଯଦି ଗରିବ ଲୋକଟି ପଡ଼ିଯାଏ ତାକୁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ। ତେବେ ଏହାକୁ ଦୃଷ୍ଟିରେ ରଖି ଏକ ଆପ ବାହାରିଛି। ଯାହା ଆପଣଙ୍କର ପ୍ରତ୍ୟେକଟି ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିପାରିବ।

ଯଦି ଆପଣ ଆପଣଙ୍କର କୋର୍ଟରେ ଥିବା କୌଣସି ମାମଲାକୁ ଲଢିବାରେ ଉଭୟ ଆର୍ଥିକ ଏବଂ ଆଇନ ଦୃଷ୍ଟିରୁ ଅସମର୍ଥ ଅଟନ୍ତି ତେବେ ଆପଣଙ୍କର ସହାୟତା କରିବ advok୮.in Third party litigation funding । ତେବେ ଏହି ଆପଟି ନା ହିଁ ଖାଲି ଆଇନ ଦୃଷ୍ଟିରୁ ସହାୟତା କରିବ ବରଂ ଆର୍ଥିକ ଦୃଷ୍ଟି କୋଣରୁ ବି ସହାୟତା କରିବ।

advok୮.in Third party litigation fundingର ମୁଖ୍ୟଙ୍କ କହିବା କଥା ହେଲାକି, ଏହି ଆପଟିର ଏକ ମାତ୍ର ଉଦ୍ଦେଶ୍ୟ ଲୋକଙ୍କୁ ଆଇନ କ୍ଷେତ୍ରରେ ପୂରା ରୂପରେ ସଚେତନ କରିବା । ଏଯାବତ୍‌ ପାଖାପାଖି ୧୦୦୦୦ରୁ ଅଧିକ ଓକିଲ ଏହି ଆପରେ ସାମିଲ ଅଛନ୍ତି ଏବଂ ଏହି ଆପଟିରେ ଦୁଅ ଜଣ ଜଣାଶୁଣା ଟେକନୋଲଜିରୁ ଓଳିଲମାନଙ୍କର କାର୍ଯ୍ୟକ୍ଷମତାରେ ବୃଦ୍ଧିପାଇଛି । ଏହି ଆପ୍‌କୁ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଡାଉନଲୋଡ କରିପାରିବେ ଏବଂ ଇନଷ୍ଟଲ କରିବା ପରେ ଆପଣଙ୍କୁ ଅପସନ ଅନୁସାରେ ନିଜର ସମସ୍ୟା ଦେବାକୁ ପଡିବ ।

ସମ୍ବନ୍ଧିତ ଖବର